
ଖୋର୍ଦ୍ଧା, ବେଗୁନିଆ ବ୍ଲକ ଅନ୍ତର୍ଗତ କୁଞ୍ଜୁରି ଗ୍ରାମ ପଂଚାୟତ ସଭଗୃହରେ ମଙ୍ଗଳବାର ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣlଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ , ବେଗୁନିଆ ପ୍ରଦୀପ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, କୁଞ୍ଜୁରୀ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଣତି ସାହୁ,ବି ଡି ଓ କ୍ଷୀରାଦ୍ଵି ତନୟା ସାହୁ, ତହସିଲଦାର ତାପସ କୁମାର ବିଶୀ, ଡେପୁଟି କଲେକ୍ଟର, ଅଭିଯୋଗ ଆର୍ତ୍ତତ୍ରାଣ ମଲ୍ଲିକ, ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ l ଆଜିର ଅଭିଯୋଗ ଶିବିରକୁ ମୋଟ ୨୦୦ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୫୭ଟି ଅଭିଯୋଗ ବ୍ୟକ୍ତିଗତ, ୩୨ ଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୮ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ l ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କୁଂଜୁରି ଗ୍ରାମ ପଞ୍ଚାୟତର ବନିତା ଚମ୍ପତି ଙ୍କୁ ୨୫ ହଜାର, ସସ୍ମିତା ବେହେରାଙ୍କୁ ୨୦ ହଜାର ଏବଂ ଶୁଭମ ରଣସିଂହ ଙ୍କୁ ୧୫ ହଜାର ଲେଖାଏଁ ମୋଟ ୩ ଜଣ ଅଭିଯୋଗ କାରୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ।ନିମନ୍ତେ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ପରେ ଜିଲ୍ଲାପାଳ ଶ୍ରୀ ରାଣା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି , ଓଡିଶା ଜୀବିକା ମିଶନ, ଗ୍ରାମୀଣ ଗୃହ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ବଚ୍ଛତା ଷ୍ଟଲ୍, ଉଦ୍ୟାନ କୃଷି, ମତ୍ସ୍ୟ, ଏସ ଏସ ଇ ପି ଡି , ଆୟୁଷ୍ମାନ ଆରୋଗ୍ୟ ଶିବିର ଆଦି ସଚେତନତା ଷ୍ଟଲ୍ ବୁଲି ଦେଖିଥିଲେ l ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲ ,ଜିଲ୍ଲା ମଙ୍ଗଳ ଅଧିକାରୀ, ଡ. ଗୀତାଂଶୁ ଦାଶ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ,ଜି ପି ଡି ଓ ,ଇତିଶ୍ରୀ ବେହେରା ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ l