ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟରେ ମନ୍ଥରତା ଓ ଦୁର୍ନୀତି ସହ ରାଜନୈତିକ ହିଂସାକାଣ୍ଡ ବୃଦ୍ଧିର ପ୍ରତିବାଦ କରି ଆଜି ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏ ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ବିଜେପି ନେତା ମନୋରଞ୍ଜନ ଦ୍ୟାନ ସମାନ୍ତରାଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଚିକିଟି ଅଂଚଳର ବହୁ ସଂଖ୍ୟାରେ ଦଳୀୟ ସମର୍ଥକଙ୍କ ସହିତ ଜିଲ୍ଲା ବିଜେପିର ବହୁ ବରିଷ୍ଠ ନେତା ସାମିଲ୍ ଥିଲେ ।