
ନୂଆଦିଲ୍ଲୀ, ଇସଲମାବାଦ- ପାକିସ୍ତାନରେ ଗତକାଲି ରାତି ପ୍ରାୟ 1.44 ମିନିଟ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭାରତୀୟ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି ।
ଭାରତୀୟ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଅଧରାତି ପରେ 1.44 ମିନିଟ ପରେ ଆସିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.0 ରେକର୍ଡ ହୋଇଛି । ଭୂକମ୍ପ ଝଟ୍କା ଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।