
ଶ୍ରୀନଗର– ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଉତ୍ତେଜନା ମଧ୍ୟରେ ଶନିବାର ସକାଳେ ଜୋରଦାର ବିସ୍ଫୋରଣ ପରେ ମିସାଇଲ୍ ପରି ବସ୍ତୁ ଡାଲ୍ ଲେକରେ ଖସିଛି । ଡାଲ୍ ଲେକ ଶ୍ରୀନଗରର ସବୁଠୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଅଟେ ।
ଅଧିକାରୀଙ୍କ ମୁତାବକ ଯେତେବେଳେ ଏହି ବସ୍ତୁ ଖସିଲା, ସେତେବେଳେ ଲେକରୁ ଧୂଆଁ ବାହାରୁଥିଲା । ସୁରକ୍ଷାବଳ ଡାଲ୍ ଲେକରୁ ଏହି ଭଗ୍ନାଂଶକୁ ବାହାର କରିଛନ୍ତି । ଏହାର ପରୀକ୍ଷଣ କରାଯାଉଛି ।
ଶନିବାର ସକାଳେ ସହରର ବାହାର ଅଂଚଳ ଲାସଜାନରୁ ବି ଏକ ସନ୍ଦିଗ୍ଧ ବସ୍ତୁ ଜବତ କରାଯାଇଥିଲା । ଏହାର ଯାଂଚ କରାଯାଉଛି ।