
ଚଣ୍ଡିଗଡ – ପଂଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରିମଣ୍ଡଳା ବୈଠକରେ ଏକ ଗୁରୁତ୍ୱପୂର୍ର୍ଣ ନିଷ୍ପତି ନିଆଯାଇଛି । ପଂଜାବ ସରକାର ଭାରତ-ପାକିସ୍ତାନ ସୀମାରେ ଆଂଟି ଡ୍ରୋନ ସିଷ୍ଟମ ଲଗାଇବା ଓ ପଂଜାବର 13 ଜେଲରେ ଫାଇଭ-ଜି ଜାମର ଲଗାଇବାକୁ ମଂଜୁରୀ ଦେିଛନ୍ତି । ଏହାସହିତ ଯୁଦ୍ଧ ପରି ପରିସ୍ଥିତିର ମୁକାବିଲା ପାଇଁ ସରକାର 6 ଜିଲ୍ଲାରେ 12 ମନ୍ତ୍ରିଙ୍କୁ ନିଯୁକ୍ତ କରିବାକୁ ନିଷ୍ପତି ନେଇଛନ୍ତି ।
ଶୁକ୍ରବାର କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ସାମ୍ବାଦିକଙ୍କୁ କହିଛନ୍ତି ଯେ, ପଠାନକୋଟରୁ ଅବୋହର ପର୍ଯ୍ୟନ୍ତ ମୋଟ 532 କିଲୋମିଟର ଅଞ୍ଚଳ ପାକିସ୍ତାନ ସୀମା ସହ ଲାଗିଥିବା ଅଞ୍ଚଳ। ଏଠାରେ ପ୍ରାୟ ପ୍ରତିଦିନ ଡ୍ରୋନ ମାଧ୍ୟମରେ ଅସ୍ତ୍ର ଓ ନଶାଦ୍ରବ୍ୟ ପଠାଯାଉଛି। ଏଥିରୁ ମୁକ୍ତି ପାଇବା ପାଇଁ ପଞ୍ଜାବ ସୀମାରେ ଆଣ୍ଟି-ଡ୍ରୋନ ସିଷ୍ଟମ ବିକାଶ କରାଯିବ। ଆଜିର ବୈଠକରେ ଏହି ଯୋଜନାକୁ ମଞ୍ଜୁରି ମିଳିଛି। ସେ କହିଛନ୍ତି ଯେ, ଏହି ଯୋଜନାକୁ ବିଏସଏଫ୍ ସହ ମିଶି କାର୍ଯ୍ୟାନ୍ବୟନ କରାଯିବ, କାରଣ ବିଏସଏଫ୍ କିଛି ଅଞ୍ଚଳରେ ଏଣ୍ଟି-ଡ୍ରୋନ ସିଷ୍ଟମ ବିକାଶ କରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଞ୍ଜାବ ସରକାର ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଓ ସେମାନଙ୍କର ମାଗଣା ଚିକିତ୍ସା ପାଇଁ ଆରମ୍ଭ କରାଯାଇଥିବା “ଫରିସ୍ତେ ଯୋଜନା”ର ବିସ୍ତାର କରିଛନ୍ତି। ଏବେ ଯୁଦ୍ଧରେ ଆହତ ହେବା ସହ ଆତଙ୍କବାଦୀମାନେ କିମ୍ବା ଅନ୍ୟ ଅସମାଜିକତାପୂର୍ଣ୍ଣ ତତ୍ତ୍ୱମାନଙ୍କ ଗୁଳିରେ ଆହତ ହେଲେ ଏହି ଯୋଜନା ଅନ୍ତର୍ଗତ ମାଗଣା ଚିକିତ୍ସା ମିଳିବ। ଭାରତ-ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଚାପକୁ ଦେଖି, ଏହି ଯୋଜନାକୁ ତୁରନ୍ତ ପ୍ରଭାବରେ କାର୍ଯ୍ୟାନ୍ବୟନ କରାଯାଇଛି, କାରଣ ପାକିସ୍ତାନର ନିଶାନାରେ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲାଗୁଡିରହିଛି ।