
ଭୁବନେଶ୍ୱର– ଓଡିଶା ଭିଜନ ଡକ୍ୟୁମେଣ୍ଟ 2036 ଏବଂ 2047 ବିକଶିତ ଭାରତ ଏବଂ ବିକଶିତ ଓଡିଶା ପାଇଁ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ତ୍ତ, ରାଜସ୍ବ ଏବଂ ଯୋଗାଣ ବିଭାଗର ମନ୍ତ୍ରୀ । ଏହା ସହ କର୍ମଶାଳାରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସାମିଲ କରାଯାଇଛି. ସ୍ୱେଚ୍ଛସେବୀ, ସମାଜସେବୀ, ରାଜନୀତି, କଳା, ସାହିତ୍ୟ, ସଂସ୍କୃତି ବର୍ଗରେ ଅନେକ ବ୍ୟକ୍ତିତ୍ୱ ଯୋଗ ସେମାନଙ୍କର ପରାମର୍ଶ ରଖୁଛନ୍ତି । ପୂର୍ବରୁ ଭିଜନ ଡକ୍ୟୁମେଣ୍ଟ ତିଆରି ପାଇଁ 3 ଲକ୍ଷ 20 ହଜାର ଲୋକ ଭାଗ ନେଇ ସେମାନଙ୍କର ମତାମତ ରଖିଛନ୍ତି ।
ବିକଶିତ ଭାରତ ୨୦୪୬ ଏବଂ ବିକଶିତ ଓଡିଶା ୨୦୩୬ ଓଡିଶା ଭିଜନ ଡକ୍ୟୁମେଣ୍ଟ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ୨୦୩୬ ବେଳକୁ ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି। ୨୦୪୭ ବେଳକୁ ଓଡ଼ିଶାର ଅର୍ଥନୀତି ୧.୫ ଟ୍ରିଲିଅନ ହେବ। ୨୦୩୬ ବେଳକୁ ୧ କୋଟି ପାର ହୋଇଥିବ ନିଯୁକ୍ତି ସୁଯୋଗ। ଅର୍ଥନୀତି ସୁଦୃଢ଼ ହେବ ସହ ସହ ପୃଷ୍ଟି ହୀନତା, ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ, ଯୁବ ମହିଳାଙ୍କୁ ସାଶକ୍ତ କରିବା, ଓଡ଼ିଆ ଅସ୍ମିତା କୁ ସୁରକ୍ଷା ଦେବା ରହିଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ। ୨୦୩୬ ପାଇଁ ୩୬ ଟି ସର୍ବୋଚ୍ଚ ପ୍ରାଥମିକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ପୋର୍ଟ, ମାଇନ୍ସ କ୍ଷେତ୍ରରେ ସରକାର ଆଗକୁ ବଢୁଛନ୍ତି। ଓଡ଼ିଶାରେ ଭିତ୍ତିଭୂମି ରହିଛି। ଏହାର ସଦୁପଯୋଗ କରୁଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଓ ନୀତି ଆୟୋଗର ସହଯୋଗ ରହିଛି। ଲୋକଙ୍କର ମତାମତକୁ ଭିତ୍ତି କରି ତିଆରି ହେଉଛି ଭିଜନ ଡକ୍ୟୁମେଣ୍ଟ। ଏଥିପାଇଁ AI ର ବି ସହାୟତା ନିଆଯାଉଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି
ବଡ ଉପଲବ୍ଧି ପାଇଁ ବଡ ଚିନ୍ତାଧାରା ଆବଶ୍ୟକ। ଭିଜନ ଡକ୍ୟୁମେଣ୍ଟ ଜରିଆରେ ରୋଡ ମ୍ୟାପ ପ୍ରସ୍ତୁତ ହେବ। ଡବଲ ଇଞ୍ଜିନ ସରକାର ସୁଯୋଗ ଆଣି ଦେଇଛି। ଓଡ଼ିଶାରେ ବହୁତ୍ ସୁଯୋଗ ଅଛି ଯାହାର ସରକାର ସୁଯୋଗ ଉପଯୋଗ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଓଡ଼ିଶା ପାଇଁ ପୂର୍ଣ୍ଣ ସହଯୋଗ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭିଜନ ଡକ୍ୟୁମେଣ୍ଟର ଏକ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଇକୋ ଟୁରିଜିମ, ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଛି। ସହର ଭଳି ହେବ ଗାଁ। ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ୨୦୩୬ ବେଳକୁ ୭୦ ପ୍ରତିଶତ ମହିଳାଙ୍କୁ କର୍ମଜୀବୀ କରିବାକୁ ଟାର୍ଗେଟ ରଖାଯାଇଛି। କର୍ପୋରେଟ ସେକ୍ଟର ରେ ୧୦୦ ଲକ୍ଷ କୋଟି ଟଙ୍କା ଇନଭେଷ୍ଟ ମେଣ୍ଟ ଟାର୍ଗେଟ।୫ ଲକ୍ଷ ନିଯୁକ୍ତି ଟାର୍ଗେଟ ରଖାଯାଇଛି । ସେଥିପାଇଁ ଟେକଷ୍ଟିଆଲ, ଖାଦ୍ୟ ପ୍ରକ୍ରିୟାକାରଣକୁ ଆଇଟି ,ଆଇଟିଇଏସ ଭଳି ନିଯୁକ୍ତି ସୁଯୋଗ ଭିତ୍ତିକ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଉଛି। ବିଶ୍ଵ ସ୍ତରୀୟ ସହରର ପରିକଳ୍ପନା କରାଯାଉଛି। କଟକ -ଭୁବନେଶ୍ୱର-ପୁରୀ ଓ ଝାରସୁଗୁଡ଼ା -ବରଗଡ଼-ସମ୍ବଲପୁରକୁ ନେଇ ସହରାଞ୍ଚଳ ର ପରିକଳ୍ପନା କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ପାଇଁ ଆସିଥିବା ୩ ଲକ୍ଷ ୨୦ ହଜାର ମତାମତ ରୁ ୫୦ ହଜାରରୁ ଅଧିକ ଛାତ୍ର ଛାତ୍ରୀ ମତାମତ ଦେଇଛନ୍ତି ।