
ଭୁବନେଶ୍ୱର– ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ଭାବେ ମୁଖ୍ୟ ଶାସନ ସଚିବ, ଡିଜିଙ୍କ ସହ ମୁଁ ଆଲୋଚନା କରିଛି ବୋଲି ସୁରେଶ ପୂଜାରୀ କହିଛନ୍ତି । ରାଜ୍ୟରେ ଯେଉଁଠି କେନ୍ଦ୍ର ସରକାରଙ୍କ ସଂସ୍ଥାପନ ଅଛି, ଚାନ୍ଦିପୁର, ହୀରାକୁଦ, ସଇଁତଲା ଗୋଳା ବାରୁଦ କାରଖାନା ଭଳି ସ୍ଥାନରେ ସୁରକ୍ଷା ବଢ଼ାଯାଇଛି । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଯାଞ୍ଚ ଏବଂ ସୁରକ୍ଷା କଡାକଡି କରାଯାଇଛି । ଏଇଟା ଟ୍ରେଲର ଫିଲ୍ମ ବାକି ଅଛି । ଆତଙ୍କବାଦ ବିରୁଦ୍ଧରେ ଏଇଟା ଶେଷ ଲଢେଇ ବୋଲି ସେ କହିଛନ୍ତି ।