
-
ମେ 10ରେ ସୀତାମଢିରେ ସଜେଇ ହେବ ଧର୍ମ, ସଂସ୍କୃତି ଓ ଲୋକ ଜୀବନର ମଂଚ
-
ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ, ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ହେବେ ସାମିଲ
-
ହିନ୍ଦୁସ୍ଥାନ ସମାଚାରର ପଦକ୍ଷେପରେ ଭାରତର ସାଂସ୍କୃତିକ ବିବିଧତାର ମହୋତ୍ସବ
ସୀତାମଢି– ଯେତେବେଳେ ଦେଶ ବୈଶ୍ୱିକ ବିଚାରଧାରା ଓ ଆଧୁନିକ ଜୀବନଶୈଳୀ ଅଭିମୁଖେ ଦ୍ରୁତଗତିରେ ବଢୁଛି, ସେତେବେଳେ ଏଭଳି କେଉଁ ଶକ୍ତି ଅଛି ଯାହା ଆମର ମୂଳ ସହିତ ଆମକୁ ଯୋଡି ରଖୁଛି ? ସେହି ଶକ୍ତି ହେଉଛି-ଲୋକ ସଂସ୍କୃତି, ଯାହା ପିଢି ପରେ ପିଢି ସମାଜକୁ ଦିଗ ଦେଖାଉଛି । ଏହି ଲୋକ ପରମ୍ପରାର ସବୁଠୁ ଉଜ୍ଜ୍ୱଳ ପ୍ରତୀକ ହେଉଛନ୍ତି ମାଆ ସୀତା…. ଯାହାଙ୍କର ତ୍ୟାଗ, ଧୈର୍ଯ୍ୟ ଓ ମର୍ଯ୍ୟାଦା କେବଳ ଧାର୍ମିକ କଥାକୁ ଜୀବିତ କରିନି, ବରଂ ଭାରତୀୟ ସମାଜର ଆତ୍ମାକୁ ବି ଆକାର ଦେଇଛି । ତାଙ୍କ ଆଦର୍ଶ ଆଜି ବି ସେତିକି ପ୍ରାସଙ୍ଗିକ ଅଟେ, ଯେତିକି ତାହା ତ୍ରେତୟା ଯୁଗରେ ଥିଲା । ଆଗାମୀ ମେ 10ରେ ସୀତାମଢିରେ ଆୟୋଜିତ ହେବାକୁ ଥିବା ସୀତା ମହୋତ୍ସବ-2025 ଲୋକ ସଂସ୍କୃତିର ପୁନର୍ଜାଗରଣର ଗୁରୁତ୍ୱପୂର୍ର୍ଣ ଅବସର ଅଟେ ।
ଭାରତୀୟ ଭାଷାର ସ୍ୱର ଦେଶର ଏକମାତ୍ର ବହୁଭାଷୀ ନ୍ୟୁଜ ଏଜେନ୍ସି ହିନ୍ଦୁସ୍ଥାନ ସମାଚାର ମେ 10ରେ ସୀତା ମହୋତ୍ସବ-2025 ଜରିଆରେ କଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତର ବିବିଧତାକୁ ଏକସୂତ୍ରରେ ବାନ୍ଧିରଖିବ । ଶ୍ରୀ ଜାନକୀ ଜନ୍ମଭୂମି ପୁନରୋଧାମ ସୀତାମଡିର ପ୍ରେକ୍ଷାଗୃହ ଲୋକ ସଂସ୍କୃତି ଏବଂ ଲୋକଜୀବନରେ ମାଆ ସୀତା ବିଷୟକ ସୀତା ମହୋତ୍ସବ-2025ର ସାକ୍ଷୀ ପାଲଟିବ । ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ମାଆ ସୀତାଙ୍କ ଜୀବନ ଓ ତାଙ୍କ ଲୋକଜୀବନରେ ଯୋଗଦାନକୁ ସମର୍ପିତ କରିବା ଅଟେ । ହିନ୍ଦୁସ୍ଥାନ ସମାଚାର ଗ୍ରୁପର ଅଧ୍ୟକ୍ଷ ଅରବିନ୍ଦ ଭାଲଚନ୍ଦ୍ର ମାର୍ଡିକର କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ।
ହିନ୍ଦୁସ୍ଥାନ ସମାଚାର ଗ୍ରୁପର ମୁଖ୍ୟ ସମନ୍ୱୟକ ରାଜେଶ ତିୱାରୀ କହିଛନ୍ତି ଯେ, ସୀତା ମହୋତ୍ସବ ଏହି ବାର୍ତ୍ତା ଦେବ ଯେ, ଯଦି ଆମକୁ ଏକ ସୁଦୃଢ, ନୈତିକ ଓ ଏକଜୁଟ ଭାରତ ଆବଶ୍ୟକ ତେବେ ଆମକୁ ଆମ ଲୋକ ସଂସ୍କୃତିକୁ ଫେରିବାକୁ ପଡିବ-ସେହି ସଂସ୍କୃତି ଆଡକୁ ଯାହାର ମୂଳ ମାଆ ସୀତାଙ୍କ ଜୀବନରେ ସିଂଚିତ ଅଟେ । ସେ କହିଛନ୍ତି ଯେ, ଲୋକ ସଂସ୍କୃତିରେ ମାଆ ସୀତାଙ୍କ ସ୍ଥାନ ଅଡିଗ ଅଟେ ଏବଂ ସୀତା ମହୋତ୍ସବ ଲୋକ ଜୀବନରେ ତାଙ୍କ ଯୋଗଦାନକୁ ପନଃସ୍ଥାପିତ କରିବାର ଏକ ପ୍ରୟାସ ଅଟେ । ଏହି କାର୍ଯ୍ୟକ୍ରମ ଭାରତୀୟ ସଂସ୍କୃତିର ଗଭୀର ମୂଳକୁ ସମ୍ମାନିତ କରିବାର ବି ଆଦର୍ଶ ଉଦାହରଣ ପାଲଟିବ ଏବଂ ମାଆ ସୀତାଙ୍କ ଆଦର୍ଶରେ ଯୋଡି ସମାଜକୁ ନୂଆ ଦିଗ ଦେବ ।
ରାଜ୍ୟପାଳଙ୍କ ସମେତ ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବଢାଇବେ ମହୋତ୍ସବର ଶୋଭା
ସୀତା ମହୋତ୍ସବରେ ବିହାରର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେ ଏହି ଅବସରରେ ମାଆ ସୀତାଙ୍କ ଜୀବନ ଓ ତାଙ୍କ ଯୋଗଦାନକୁ ନେଇ ତାଙ୍କ ବିଚାର ସେୟାର କରିବେ । ଏହାସହିତ ପୀଠାଧୀଶ୍ୱର ଶ୍ରୀ ଜାନକୀ ଜନ୍ମଭୂମି ମନ୍ଦିର ପୁନୌରାଧାର ଶ୍ରୀମହନ୍ତ କୌଶଳ କିଶୋର ଦାସଜୀ ମହାରାଜ ଆଶୀର୍ବଚନ ଦେବେ । ମୁଖ୍ୟ ବକ୍ତା ସିଦ୍ଧପୀଠ ହନୁମତ ନିବାସ ଅଯୋଧ୍ୟା ଧାମର ଶ୍ରୀମହନ୍ତ ଆଚାର୍ଯ୍ୟ ମିଥିଲେଶନନ୍ଦିନିଶରଣ ଜୀ ମହାରାଜ, ବଗହି ଧାମ ସୀତାମଢିର ଶ୍ରୀମହନ୍ତ ଡ.ଶୁକଦେବ ଦାସଜୀ ମହାରାଜ ଓ ବିଶିଷ୍ଟ ଅତିଥି ଶ୍ରୀ ପଂଚ ଦଶନାମ ଜୁନା ଆଖଡାର ଅନନ୍ତ ଶ୍ରୀ ବିଭୂଷିତ ମହାମଣ୍ଡଳେଶ୍ୱର ଶ୍ରୀ ମା ଯୋଗ ଯୋଗେଶ୍ୱରୀ ଯତିଜୀଙ୍କ ପରି ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟକ୍ତି ବି ଉପସ୍ଥିତ ରହିବେ । ମହୋତ୍ସବରେ ବିଶିଷ୍ଟ ଅତିଥି ଭାବେ ଉତ୍ତର ପ୍ରଦେଶ ସରକାରର ରାଜ୍ୟ ସୂଚନା କମିଶନର ପଦ୍ମ ନାରାୟଣ ଦ୍ୱିବେଦୀ ଓ ଭାଗ୍ୟ ବିଧାତା ଚାରିଟେବୁଲ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତାର ଅଧ୍ୟକ୍ଷ ରାମ ସୁରେଶ ଚୌଧୁରୀ କାର୍ଯ୍ୟକାରୀ ଅଧ୍ୟକ୍ଷ ସନ୍ତୋଷ ସୁରେଶ ଚୌଧୁରୀ, ନିର୍ଦ୍ଦେଶକ ଭାସ୍କର ଝା ବି ଉପସ୍ଥିତ ରହିବେ ।
ସାଂସ୍କୃତିକ ସ୍ୱରରେ ସଜିବ ସନ୍ଧ୍ୟା
ଏହି ମହୋତ୍ସବରେ ସାଂସ୍କୃତିକ ସ୍ୱରର ସନ୍ଧ୍ୟା ବି ସଜେଇହେବ । ବିହାରର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଉଦୟ କୁମାର ମଲିକ ଓ ଭଜନ ଗାୟକ ଡ.ସୁରେନ୍ଦ୍ର କନୌଜିଆ ତାଙ୍କ ସଙ୍ଗୀତରେ ଏହି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିବେ ।