
ନୂଆଦିଲ୍ଲୀ- କଂଗ୍ରେସର ବରିଷ୍ଠ ନେତା ଜନାର୍ଦନ ଦ୍ୱିବେଦୀଙ୍କ ପୁଅ ଲେଫ୍ଟିନାଂଟ ଜେନେରାଲ ( ଅବସରପ୍ରାପ୍ତ) ସମୀର ଦ୍ୱିବେଦୀ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତିା ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ ଓ ବିଜେପିର ନୀତି- ଆଦର୍ଶରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ମୁଖ୍ୟାଳୟ ଠାରେ ବିଜେପିର ମହାସଚିବ ତଥା ରାଜ୍ୟସଭା ସଦସ୍ୟ ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ୨୦୦୮ ମସିହାରେ ସେ ସେ ଭାରତୀୟ ସେନାରୁ ସୈଚ୍ଛିକ ସେବା ନିବୃତି ନେଇଥିଲେ ।
ସେ କହିଛନ୍ତି ଯେ ଆଜି ଦେଶରେ ଯେଉଁ ସ୍ଥିତି ରହିଛି ସେଥିରେ ଅଣ ରାଜନୈତିକ ଲୋକ ମାନଙ୍କୁ ରାଜନୀତିରେ ଆସିବା ଆବଶ୍ୟକ ବୋଲି ସେ ମନେ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଅତ୍ୟନ୍ତ ଭଲ କାମ କରୁଛନ୍ତି । ଅନୁଚ୍ଛେଦ ୩୭୦ ହଟାଇବା, ତିନ ତଲାକ ଓ ସିଏଏ ପ୍ରଣୟନ କରିବା ଅତ୍ୟନ୍ତ ଗୁରୁତ୍ୁପୂର୍ଣ କାମ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO