
ପାଣାଜୀ– ଗୋଆର ଶିରଗାଓଁରେ ଆଜି ସକାଳେ ପ୍ରସିଦ୍ଧ ଧାର୍ମିକ ଲେରାଇ ଯାତ୍ରା ସମୟରେ ହୋଇଥିବା ଦଳଚକଟାରେ ଅତିକମରେ 6ଜଣଙ୍କର ମୃତ୍ୟୁ ହୋଇଛି । ଦଳାଚକଟାରେ 15ରୁ ଅଧିକ ଆହତ ହୋଇଛନ୍ତି । ଉତର ଗୋଆ ପୋଲିସ ଅଧୀକ୍ଷକଙ୍କ ମୁତାବକ ଏହି ଘଟଣା ଶ୍ରୀଗାଓରେ ଲେରାଇ ଦେବୀ ମନ୍ଦିରରେ ହୋଇଛି । ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରି ଏହି କଠିନ ସମୟରେ ନିଜ ପୂରା ସମର୍ଥନ ଜଣାଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଲେରାଇ ଯାତ୍ରାରେ ସାମିଲ ହେବା ପାଇଁ ବ୍ୟାକୁଳ ଲୋକଙ୍କ ଭିଡ ହଠାତ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଅନେକ ଶ୍ରଦ୍ଧାଳୁ ପରସ୍ପର ଉପରକୁ ଖସିପଡିଥିଲେ ଏବଂ ସ୍ଥିତି ଅନିୟନ୍ତ୍ରିତ ହୋଇପଡିଥିଲା । ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ଆହତଙ୍କୁ ଗୋଆ ମେଡିକାଲ କଲେଜ ଓ ଉତର ଗୋଆର ଡିଷ୍ଟ୍ରିକ୍ଟ ହସ୍ପିଟାଲ ମାପୁସାରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ହସ୍ପିଟାଲରେ ପହଂଚି ଆହତଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ସେମାନଙ୍କ ଚିକିତ୍ସାର ପୂରା ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି ।