
ବ୍ରହ୍ମପୁର:ବରିଷ୍ଠ ସମ୍ବାଦିକ ମନୋଜକାନ୍ତ ଦାସଙ୍କ ମାତା ରେଣୁବାଳା ଦାସ ତାଙ୍କର କଳିଙ୍ଗ ନଗର 3ୟ ଲାଇନ ବାସଭବନରେ 83 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ସ୍ବର୍ଗତ ସୁଦର୍ଶନ ଦାସଙ୍କ ଧର୍ମପତ୍ନୀ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସାନ ପୁଅ ମନୋଜ, ବୋହୁ ରେଣୁପ୍ରଭା, ନାତି ଦେବାଶିଷ, ଶୁଭାଶିଷ, ନାତୁଣୀବହୁ ସାଗରିକା, ସାନଝିଅ ଉଷାରାଣୀ, କିଶୋର ମିଶ୍ର, ବିଶ୍ୱନାଥ ରଥଙ୍କ ସମେତ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ସେ ଜଣେ ଧର୍ମପରାୟନା, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ। ତାଙ୍କ ମୃତ୍ୟୁ ରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ। ଏହି ଅବସରରେ ସହରର ବହୁ ସାମ୍ବାଦିକ, ରାଜନେତା ଓ ଅଞ୍ଚଳ ବାସି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।