
ବ୍ରହ୍ମପୁର/କୁକୁଡ଼ାଖଣ୍ଡି: କୁକୁଡାଖଣ୍ଡି ବ୍ଲକ ହୁଗୁଳାପଟା ସରପଞ୍ଚ ପ୍ରଦୀପ ମଲଣIଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଉକ୍ତ ପଞ୍ଚାୟତର 10ଜଣ ୱାର୍ଡ ସଭ୍ୟ I ସୋମବାର ବ୍ରହ୍ମପୁର ଉପ-ଜିଲ୍ଲାପାଳ sindhe ଦତାତ୍ରୟ ଭାଉସାହେବଙ୍କୁ ଭେଟି ନିଜ ଅଭିଯୋଗ କହିଥିଲେ I ସଭ୍ୟ/ସଭ୍ୟାଙ୍କ ଅଭିଯୋଗ ମୁତାବକ ସରପଞ୍ଚଙ୍କୁ ପ୍ରାୟ ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦେଖାମିଳେନି I ଜନସାଧାରଣ ମାନେ ବିଭିନ୍ନ କାର୍ଯ୍ୟ ପାଈଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ହତାଶ ହେଉଛନ୍ତି I ଠିକ ସମୟରେ ଗ୍ରାମସଭା ଓ ପଲ୍ଲୀସଭା ନ କରି ଗ୍ରାମପଞ୍ଚାୟତ ନିୟମକୁ ଖୁଲମ ଖୁଲା ଉଲଙ୍ଘନ କରୁଛନ୍ତି I ଗ୍ରାମ ପଞ୍ଚାୟତ ପାଣ୍ଠିକୁ ସିଏଫସି ଓ ଏସଏଫସି ବାବଦକୁ ବିଗତ ବର୍ଷ ମାନଙ୍କରେ ଅନୁଦାନ ପାଖା ପାଖି ଏକକୋଟି ଟଙ୍କା ଆସିଥିଲେ ମଧ୍ୟ ଅଦ୍ୟାବଧି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି I ଯାହାଫଳରେ ଜନସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି I ୱାର୍ଡ ସଭ୍ୟା/ସଭ୍ୟଙ୍କ ବିନା ଅନୁମତିରେ କୌଣସି ପ୍ରସ୍ତାବ ଆଗତ ନକରି ମନଇଚ୍ଛା ଉର୍ଣ୍ଣୟନ କାର୍ଯ୍ୟକ୍ରମ କରୁଛନ୍ତି I ଗରିବ ଗୁରୁବା ଲୋକମାନେ ସାଧାରଣ ଭତା ହେଉ ଅବା ସ୍ଥାୟୀ ପ୍ରମାଣ ପତ୍ର ପାଇବା ପାଈଁ ସରପଞ୍ଚଙ୍କ ଦସ୍ତଖସ୍ତ ପାଈଁ ଆସିଲେ ହାତଗୁଞ୍ଜା ମାଗୁଛନ୍ତି I ଏହି ଅଭିଯୋଗ ଆଧାରରେ 10 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଏଲ.ମୋହନ ଦଶଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ ସୁଶୀଳା ରାଉଳ, ଜଗନ୍ନାଥ ରାଉଳ,ଟି. ସନ୍ତୋଷୀ ପାତ୍ର,ସାକା. ଦୌପଦୀ,ଏ. ପୁନିଆମା, ମିଥୁନ ସ୍ୱାଇଁ,ଦଣ୍ଡପାଣି ସ୍ୱାଇଁ, ଧନୁ ସ୍ୱାଇଁ, ସୁମତି ସାହୁ ଏବଂ ବାବୁ ଦାସ ପ୍ରମୁଖ ଉପ-ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପାରିତ କରିବା ଅନୁରୋଧ କରିଥିଲେ I ଏବଂ ଉପଜିଲାପାଳ ମଧ୍ୟ ଜିଲ୍ଲାପାଳଙ୍କୁ ଅବଗତ କରିସାରିବା ପରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ପ୍ରତିଶୁତି ଦେଇଥିଲେ I
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO