
ଭୁବନେଶ୍ୱର- ଓଡିଆ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ୍ ମିଳିଛି । ସୋମବାର ହାଇକୋର୍ଟ ବିଜୟଙ୍କ ଜାମିନ୍ ଆବେଦନକୁ ମଂଜୁର କରିବା ସହ ନିମ୍ନ ଅଦାଲତ ଜାମିନ୍ ପାଇଁ ରଖିଥିବା ସର୍ତକୁ ସ୍ଥିର ରଖିଛନ୍ତି ।
ସୂଚନାଯୋଗ୍ୟ ଯେ ବିଜୟ କେତନ ଉପାଧ୍ୟାୟ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଗତ ଡିସେମ୍ବର ୩୦ ତାରିଖରେ ଭିଜିଲାନ୍ସ ଦ୍ୱାରା ବିଜୟ ଗିରଫ ହୋଇଥିଲେ । ଗିରଫ ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ତାଙ୍କ ସହ ଜଣେ ଘରୋଇ ବ୍ୟାଙ୍କ୍ କର୍ମଚାରୀଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ଫସାଇ ଦିଆଯାଇଥିବା ବିଜୟ ଅଭିଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO