
ଜୟପୁର– ଓଡିଶା ପ୍ରଶାସନିକ ସେବା କୋରାପୁଟ ଜିଲା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନ ପାଇଁ ନୂତନ କର୍ମ କର୍ତା ମନୋନୀତ ଜୋଇଛନ୍ତି। ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆୟୋଜିତ ବୈଠକ ଅତିରିକ୍ତ ଜିଲାପାଳ ଦେବୀପ୍ରସାଦ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ପ୍ରଶାସନିକ ସେବା ବିଭାଗର ଯୁଗ୍ମ ଶଚିବ ଅନିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଘର ବିଭିର୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହାସହ ସଂଘର ବିଭିର୍ନ ସାଙ୍ଗଠନିକ କାର୍ଯ୍ୟ ନେଇ ପ୍ରତି ଦୁଇ ମାସରେ ଥରେ ଲେଖାଏଁ ବୈଠକ କରାଯିବା, ପ୍ରତି ତିନି ମାସରେ ଥରେ ଲେଖାଏଁ ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ଉପରେ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ଜିଲା ଶାଖାର କର୍ମକର୍ତା ମନୋନୀତ କରାଯାଇଥିଲା।
ଏଥିରେ ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି ସଭାପତି, ଉପଜିଲାପାଳ ପ୍ରେମଲାଲ ହିଆଲ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ ଦେବ ମହାବିଦ୍ୟାଳୟର ରେଜିଷ୍ଟାର ମହେଶ୍ଵର ନାୟକ, ମୁଖ୍ୟ ଉର୍ନୟନ ଅଧିକାରୀ ତଥା ଜିଲାପରିଷଦ ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜୟପୁର ଆଇଟି ଡ଼ିଏ ପ୍ରକଳ୍ପ ପ୍ରଶାସିକା ତୃପ୍ତି ବରାହଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର ଏବଂ ଜିଲାର ବିଭିନ୍ନ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲ ଦାର ମାନେ ଉପସ୍ଥିତ ଥିଲେ ।