
ଶ୍ରୀନଗର– ଜମ୍ମୁ-କାଶ୍ମୀର ସରକାର ମଙ୍ଗଳବାର ଘାଟିରେ ୪୮ ଗନ୍ତବ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରିଛନ୍ତି । କାଶ୍ମୀରର ପହଲଗାମ ସହର ନିକଟ ବୈସରନ ଘାସ ର ପଡିଆରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟାନକ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟ ସ୍ଥାନଗୁଡିକୁ ଉଚିତ୍ ସୁରକ୍ଷା ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ କିଛି ସ୍ଥାନକୁ ଅସ୍ଥାୟୀ ରୂପ ବନ୍ଦ କରାଯାଇଛି ।
ସରକାରଙ୍କ ମୁତାବକ, ଘାଟିରେ ମୋଟ୍ ୮୭ ଗନ୍ତବ୍ୟ ରହିଛି । ତନ୍ମଧ୍ୟରୁ ୪୮ଟି ଏବେ ବନ୍ଦ ହୋଇସାରିଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଶ୍ରୀନଗର ବିମାନବନ୍ଦରକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ବନ୍ଦ କରାଯାଇଥିବା ଗନ୍ତବ୍ୟ ଗୁଡିକ ମଧ୍ୟରେ ରହିଛି – ୟୁସମର୍ଗ, ତୌସମୈଦାନ, ଡୁଡପଥରୀ, ଅହରବଲ, କୌସରନାଗ, ବଂଗସ, କରିବାନ ଡାଇବର ଚଣ୍ଡୀଗଡ଼, ବଂଗସ ବୈଲି, ବୁଲର/ବାଟଲବ, ରାମପୋରା ଏବଂ ରାଜପୋରା, ଚେରହର, ମୁଂଡିଜ-ହମାମ-ମରକୁଟ ଝରଣା, ଖାମ୍ପୁ, ବୋସ୍ତ୍ରିୟା, ବିଜିଟପ, ସୂର୍ଯ୍ୟ ମନ୍ଦିର, ବେରିନାଗ ଗାର୍ଡେନ, ସିଂଥନ ଟପ, ମାର୍ଗନ ଟପ, ଅକାଡ ପାର୍କ, ହବ୍ୱା ଖାତୁନ ପଏଂଟ, ବାବାରେଶି, ରିଙ୍ଗାବଳି, ଗୋଗଲଦାରା, ବଦେରକୋଟେ, ସୃଞ୍ଜ ଝରଣା, କାମନପୋଷ୍ଟ, ନମ୍ବଲାନ ଝରଣା, ଇକୋ ପାର୍କ ଖଡନିୟାର, ସଂଗରବାନି, ଜାମିୟା ମସଜିଦ୍, ବାଦାମବାରି, ରାଜୋରୀ କଦଲ, ଆଲି କଦଲ, ପଦଶାପାଲ ରିସର୍ଟସ, ଫକୀର ଗୁଜରୀ, ଦାରା, ଅସ୍ତାନମାର୍ଗ ଭିୟୁ ପଏଂଟ, ଅସ୍ତାନମାର୍ଗ ପାରାଗ୍ଲାଇଡିଙ୍ଗ, ମମନେଥ ଏବଂ ମହାଦେବ ହିଲ୍ସ, ବୌଦ୍ଧ ମଠ, ଦାଚିଗାମ ଟ୍ରାଉଟ ଫାର୍ମ/ମତ୍ସ୍ୟ ପାଳନ ସମ୍ବନ୍ଧିୟ କ୍ଷେତ, ଅସ୍ତାନପୋରା, ବିଶେଷ କରି କାୟମ ଗାହ ରିସର୍ଟ, ଲଛପଟରି, ହଙ୍ଗ ପାର୍କ ଏବଂ ନାରାନାଗ ରହିଛି ।