
ଜୟପୁର- ସରକାରୀ ଉଚ୍ଚ ବିଦ୍ୟାଳୟ ସେମିଳିଗୁଡା ଠାରେ ଜୁନିୟର ରେଡକ୍ରସ ଅଣପ୍ରଶିକ୍ଷିତ ପରାମର୍ଶଦାତା ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ପ୍ରାର୍ଥନା ଓ ଯୋଗାଭ୍ୟାସ କରାଯାଇଥିଲା । ପରେ ପରେ ରାଜ୍ୟ ଜୁନିଅର୍ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପ୍ରାଥମିକ ଉପଚାର କୌଶଳ ତାଲିମ ପ୍ରଦାନ କରିଥିଲେ । ଏଥିରେ ସଡ଼କ ଦୁର୍ଘଟଣାରେ କିଭଳି ଉପଚାର କରାଯିବ, ହୃଦଘାତ, କୁକୁର କାମୁଡ଼ା, ସାପ କାମୁଡା, ମହୁମାଛି ଆକ୍ରମଣ, ଗୁଡ ସମାରିଟନ ନିୟମ ଭଳି ଅନେକ ଜୀବନ ବଞ୍ଚାଇବା କୌଶଳ ତାଲିମ ପ୍ରଦାନ କରିଥିଲେ। ଏହାପରେ ଦ୍ଵିତୀୟ ଦିବସର ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ଧନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ଗ୍ଲୋବାଲ ୱାର୍ମିଙ୍ଗ ଉପରେ ପୁଙ୍ଖନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହା ସହିତ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ୨୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।