
ସାନଖେମୁଣ୍ଡି: ଦାରିଙ୍ଗବାଡି ଠାରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାର T. ଗୋବିନ୍ଦପୁର ଶିକ୍ଷକ ମାନଙ୍କର ଏକ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ CLUSTERର ସମସ୍ତ ଶିକ୍ଷକ ଯୋଗଦାନ କରି ନୂତନ ଭାବେ ନିଯୁକ୍ତି ପାଇଥିବା CRCC ଶ୍ରୀ ସନାତନ ସେଠୀଙ୍କୁ ଫୁଲତୋଡା ଓ ଉପତୌକନ ମାଧ୍ୟମରେ ସ୍ୱାଗତ କରିବା ସହ, ପୁରାତନ CRCC ଶ୍ରୀ ନାରାୟଣ ସାହୁଙ୍କୁ ବିଦାୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ସୀମାଦ୍ରୀ ଦୋରା ସଭାପତିତ୍ୱ କରିବା ସହ, ସାମନ୍ତରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣୀ ପାଣିଗ୍ରାହୀ, କତାପଲ୍ଲୀ UPSର ପ୍ରଧାନ ଶିକ୍ଷିକା ଶ୍ରୀମତୀ କୌଶଲ୍ୟା ଦିଦି ଆଦି ବରିଷ୍ଠ ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମରେ ପୁର୍ଣ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ସେଠି, ଶ୍ରୀ ଅଶୋକ କୁମାର ରଇତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ମୁଖ୍ୟ ଭୂମିକା ନେଇଥିଲେ। ଶିକ୍ଷକ ଶ୍ରୀ ସତ୍ୟନାରାୟଣ ଦାସ ଉପଦେଷ୍ଟା ଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO