
କୋଲକାତା– କୋଳକାତା ହାଇକୋର୍ଟର ବରିଷ୍ଠ ଓକିଲ ଓ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଅନ୍ୟଜଣେ ଓକିଲଙ୍କ ସହ କୋର୍ଟ ପରିସରରେ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି । ପୀଡିତ ଓକିଲ ଅଶୋକ କୁମାର ନାଥ କୋଲକାତାର ହାୟର ଷ୍ଟ୍ରିଟ୍ ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋ କରିଛନ୍ତି ଯେ, କଲ୍ୟାଣ ବାନାର୍ଜୀ ତାଙ୍କୁ ଗାଳି ଦେଇଛନ୍ତି, ତାଙ୍କ କଲାର ଧରି ଟାଣିନେଇଥିଲେ ଏବଂ ତାଙ୍କୁ ମାଡ ମାରି ଆହତ ରିଛନ୍ତି । ଗୁରୁବାର ପୂର୍ବାହ୍ନ 11ଟା ବେଳେ କୋର୍ଟ ନମ୍ବର 11ର ବାହାରେ ଏହି ଘଟଣା ଘଟିଛି । ଏହି ସମୟରେ କୋର୍ଟର କାର୍ଯ୍ୟ ସ୍ଥଗିତ ଥିଲା । ନାଥ କହିଛନ୍ତି ଯେ, ସେ କୋର୍ଟ ଭିତରେ ତୃଣମୂଳ ସାଂସଦ ସୌଗତ ରାୟଙ୍କୁ ନେଇ ବାନାର୍ଜୀଙ୍କ ଦ୍ୱାରା କରାଯାଇଥିବା ଆପତ୍ତିଜନକ ଟିପ୍ପଣୀର ବିରୋଧ କରିଥିଲେ । ଏହାପରେ କୋର୍ଟ ବାହାରକୁ ଆସି ବାନାର୍ଜୀ ତାଙ୍କୁ ଅପଶବ୍ଦ କହି ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ବାନାର୍ଜୀ ତାଙ୍କର କିଛି ଓକିଲ ସାଥୀଙ୍କୁ ବି ଆକ୍ରମଣ କରିବାକୁ ଡାକିଥିଲେ ।