
କେନ୍ଦ୍ରାପଡ଼ା – ଜିଲ୍ଲାର ଜଣେ ସଫଳ ଚାଷୀଭାବେ ସ୍ୱିକୃତି ଲାଭ କରିଥିବା ସ୍ୱର୍ଗତ ବାନାମ୍ବର ନାୟକଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁÂିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ବନ୍ଧସାହି ଗ୍ରାମର ଆଦର୍ଶ କୃଷକ ବାନାମ୍ବର ନାୟକଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ବାସଭବନରେ ଆୟୋଜନ କରାଯାଇଥିଲା । ପଲ୍ଲୀ ଜାଗରଣ ସମିତିର ମଦନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁÂିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରୀୟବତ ପରିଡା, ଅନାଦି ରାଉତ, ବଂଶୀଧର ସାମଲ, ସୁରେନ୍ଦ୍ର ନାଥ ବାରିକ, ଶୁକାନ୍ତ ରାଉତ, ଆଇନଜୀବି ବିଧୁଭୂଷଣ ମହାପାତ୍ର, ପୁତ୍ର ମନ୍ମଥ, ଜ୍ଞାନରଞ୍ଜନ, ଝିଅ କ୍ଷମାଞ୍ଜଳି, ପ୍ରେମାଞ୍ଜଳି, ପଦ୍ମାଞ୍ଜଳି, ଜ୍ୱାଇଁ ସାନ୍ତନୁ, ଭରତ ଓ ସଞ୍ଜୟ ପ୍ରମୁଖ ଯୋଗଦେଇ ସୂର୍ଗତ ବାନାମ୍ବରଙ୍କ ଗୁଣଗାନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।