କେନ୍ଦ୍ରାପଡ଼ା – କାଡା ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ଚାଷଜମିର ଶେଷ ମୁଣ୍ଡରେ ପାଣି ପହଁଚାଇବା ନିମନ୍ତେ କାଡାନାଳ ନିର୍ମାଣ ହୋଇଥିବାବେଳେ ସେହି କାଡାନାଳ ନିର୍ମାଣରେ ଚଂଚକତା ହୋଉଥିବାରୁ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି । କାଡା ନାଳ ଠିକ ଭାବରେ ଖୋଳାଯାଇ ନଥିବାରୁ କେନାଲରେ ମୁଗପାଣି ଆସିବାରୁ ପୋତି ହୋଇ ଯାଇଥିବା କାଡାନାଳ ସମ୍ପୂର୍ଣ୍ଣ ବୁଡିଯାଇ ନାଳ ଉପରେ ପାଣି ଚାଲିଥିବାର ଦେଖାଯାଇଛି । ଫଳରେ ଶେଷ ମୁଣ୍ଡରେ ପାଣି ପହଁଚୁ ନଥିବା ଅଭିଯୋଗ ହୋଇଛି । ୧୨ନମ୍ବର କେନାଲରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରସିଂ ଗ୍ରାମର କଟକ-ଚାନ୍ଦବାଲି ରାସ୍ତା ପର୍ଯ୍ୟନ୍ତ ନିର୍ମିତ କାଡାନାଳରେ ମୁଗପାଣି ଛଡାଯିବା ପରେ ନାଳଟି ସଂପୂର୍ଣ୍ଣ ବୁଡିଯାଇଛି । ଫଳରେ ଚାଷଜମିର ତଳମୁଣ୍ଡରେ ପାଣି ପହଁଚିବାରେ ଗୁରୁତ୍ତର ବାଧା ଉପୁଜିଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଦାୟିତ୍ୱରେ ଥିବା କାଡା ବିଭାଗର କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ସନେ୍ଦହ ଘେରରେ ରହିଥିବା ଜଣାପଡୁଛି । ଚାଷୀଙ୍କ ସ୍ୱାର୍ଥକୁ ଆଖିବୁଜିଦେଇ ନାଳ ନିର୍ମାଣରେ ଗଫଳତି କରାଯାଇଥିବାରୁ ବିଲର ଶେଷ ମୁଣ୍ଡକୁ ପାଣି ନ ଯାଇ ଅନ୍ୟ ଆଡେ ବୋହି ଯାଉଥିବାରୁ ପାଣିପଂଚାୟକ କାର୍ଯ୍ୟ ବିଫଳ ହୋଇଥିବା ସୁଦାମ ରାଉତ, ଶରତ ମଳିକ, ଦିଗମ୍ବର ଘଡେଇ ପ୍ରମୁଖ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
Related Stories
November 23, 2024