
ହେମ୍ପଟନ– ଭର୍ଜିନିଆର ଲେଙ୍ଗଲି ଏୟାରଫୋର୍ସ ବେସରେ ଗୁରୁବାର ବିମାନ କ୍ରାସ ହେବା ଯୋଗୁ ଏୟାରୋବୋଟିକ ପାଇଲଟ ରବ ହାଲୋଣ୍ଡଙ୍କ ମୃତ୍ୟୁ ହୋଇଛି । ସେ ଏହି ସପ୍ତାହନ୍ତ ଏୟାରସୋରେ ଭାଗ ନେଇଥାନ୍ତେ । ରବ୍ ହାଲୋଣ୍ଡଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଥିଲା ।
ଏବିସି ନ୍ୟୁଜ ଅନୁସାରେ ଇନଷ୍ଟାଗ୍ରାମ ଆକାଉଂଟ ପୋଷ୍ଟରେ ଲେଖାଯାଇଛି ଯେ, ରବ୍ ହାଲୋଣ୍ଡ ବିମାନ ଇତିହାସରେ ସବୁଠୁ ସମ୍ମାନିତ ଓ ପ୍ରେରଣାଦାୟକ ଏରୋବେଟିକ ପାଇଲଟ୍ ମଧ୍ୟରୁ ଜଣେ ଥିଲେ । ସେ ବିନମ୍ର ସ୍ୱଭାବର ବ୍ୟକ୍ତି ଥିଲେ ।