
ବାନ୍ଦିପୁରା– ଜମ୍ମୁ କଶ୍ମୀରର ବାନ୍ଦିପୁରା ପୋଲିସ ଆତଙ୍କବାଦୀଙ୍କ ଚାରି ସହଯୋଗୀଙ୍କୁ କିରଫ କରି ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ମଡ୍ୟୁଲର ପର୍ଦ୍ଦାଫାଶ କରିଛି । ପୋଲିସ ବୟାନରେ କହିଛି ଯେ, ବାନ୍ଦିପୁରା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଲସ୍କର-ଇ-ତୋଇବା ସହିତ ଜଡିତ କିଛି ଆତଙ୍କବାଦୀ ସହଯୋଗୀ ସେମାନଙ୍କ ଆକାଙ୍କ ନିର୍ଦ୍ଦେଶ କ୍ରମେ ଅପରାଧିକ ଷଡଯନ୍ତ୍ର ରଚିଛନ୍ତି ଏବଂ ପୋଲିସ ଓ ସୁରକ୍ଷାବଳ ଓ ଅଣସ୍ଥାନୀୟ ଲୋକଙ୍କ ଉପରେ ଆକ୍ରମଣ କରିବା ପାଇଁ ସୁଯୋଗ ଖୋଜୁଛନ୍ତି । ସୂଚନା ମିଳିବା ପରେ ବାନ୍ଦିପୁରା ପୋଲିସ ଏକ ତଲାସୀ ଅଭିଯାନ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ ନାକା ଲଗାଇଥିଲା ।