
ନୂଆଦିଲ୍ଲୀ– ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ସାମିଲ ହେବାକୁ ନେଇ କଂଗ୍ରେସ ଆଶା ପ୍ରକାଶ କରିଛି । କଂଗ୍ରେସ ପ୍ରବକ୍ତା ପବନ ଖେଡା ,ନେଇ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତା ଉପରେ ସିଧା ପ୍ରହାର ଅଟେ । ଆଜି କଂଗ୍ରେସ ୱାର୍କିଂ କମିଟିର ବୈଠକରେ ଏହି ଆକ୍ରମଣର ତମାମ ପଦକ୍ଷେପ ଉପରେ ଆଲୋଚନା କରାଯିବ । ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି ବୈଠକ ଜାରି ରହିଛି, ଯେଉଁଥିରେ ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ପାର୍ଟିର ଚେୟାରପର୍ସନ ସୋନିଆ ଗାନ୍ଧି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ସହିତ ଅନ୍ୟ କଂଗ୍ରେସ ନେତା ସାମିଲ ଅଛନ୍ତି ।