
କଛାର (ଆସାମ)-କଛାର ଜିଲ୍ଲାରେ ପୋଲିସ ଦୁଇ ଭିନ୍ନ ଭିନ୍ନ ଅପରେସନରେ ବିପୁଳ ମାତ୍ରାରେ ନିଶା ପଦାର୍ଥ ଉଦ୍ଧାର କରାଯାଇଛି ଏବଂ ତିନିଜଣ ଡ୍ରଗ୍ସ ଯୋଗାଣକାରୀଙ୍କୁ ଗିରଫ କରିଛନ୍ତି।ପୋଲିସ ମଙ୍ଗଳବାର କହିଛନ୍ତି ଯେ ପ୍ରଥମ ମାମଲାରେ ଧଲାଇ ଅଞ୍ଚଳରେ 10 ହଜାର ୟାବା ଟ୍ୟାବଲେଟ ସହିତ ଗୋଟିଏ ଡ୍ରଗ୍ସ ଯୋଗାଣକାରୀଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।ଅଭିଯୁକ୍ତଙ୍କ ପରିଚୟ କାଟିଗୋରା ବାସିନ୍ଦ ସଲୀମ ଉଦ୍ଦୀନ ବୋଲି ଜଣାପଡିଛି।ତାଙ୍କ ନିକଟରୁ 19,900 ଟଙ୍କା ନଗଦ ଏବଂ ଗୋଟିଏ ମୋବାଇଲ ଫୋନ ମଧ୍ୟ ଉଦ୍ଧାର କରାଯାଇଛି।ପୋଲିସ ସୁତ୍ର ଅନୁସାରେ ସଲୀମ ଉଦ୍ଦୀନ ଧଲାଇ ଅଞ୍ଚଳର ଭାଗାବଜାର ଅଞ୍ଚଳରୁ ୟାବା ଟ୍ୟାବଲେଟ୍ସ କିଣି ଥିଲେ ଏବଂ ସେ ନର୍ସିଂପୁର ଅଭିମୁଖେ ଯାଉଥିଲେ।ଏହି ସମୟରେ ଗ୍ରାମ ପ୍ରତିରକ୍ଷା ଦଳ ତାଙ୍କ ଉପରେ ସନ୍ଦେହ ହୋଇଥିଲା ଏବଂ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗରୁ ୟାବା ଟ୍ୟାବଲେଟ ଉଦ୍ଧାର କରାଯାଇଥିଲା।ପୋଲିସ ସୁଚନା ପାଇ ଧଲାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଏବଂ ଟ୍ୟାବଲେଟ ସହିତ ଅଭିଯୁକ୍ତକୁ ହିରାସତରେ ନେଇଥିଲେ।ଜବତ କରାଯାଇଥିବା ଟ୍ୟାବଲେଟର ଆନୁମାନିକ ମୁଲ୍ୟ ପ୍ରାୟ ତିନି କୋଟି ଟଙ୍କା ହେବ ବୋଲି କୁହାଯାଉଛି।