
ନୂଆଦିଲ୍ଲୀ– ସାଉଦି ଆରବ ର କ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓ ଆସନ୍ତାକାଲି ସାଉଦି ଆରବ ଗସ୍ତରେ ରହିବେ ।
୨୦୧୬ ଓ ୨୦୧୯ ଗସ୍ତ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଥର ପାଇଁ ସାଉଦି ଆରବ ଗସ୍ତ । ୨୦୨୩ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଓ ଭାରତ-ସାଉଦି ଆରବ ରଣନୀତିକ ଅଂଶୀଦାରୀ ପରିଷଦର ପ୍ରଥମ ବୈଠକରେ ସହ-ଅଧ୍ୟକ୍ଷତା କରିବା ନିମନ୍ତେ ପ୍ରିନ୍ସ ମହମ୍ମଦ ବିନ ସଲମାନ, କ୍ରାଉନ ପ୍ରିନ୍ସ ଓ ସାଉଦି ଆରବର ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀର ରାଜକୀୟ ଯାତ୍ରା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ କରିଛନ୍ତି ।