
ନୂଆଦିଲ୍ଲୀ– ଯେଉଁମାନେ ଦେଶକୁ ଲୁଟିଛନ୍ତି, ସେମାନଙ୍କୁ ଫେରାଇବାକୁ ପଡିବ କହି କଂଗ୍ରେସକୁ ନିଶାନା ସାଧିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ପାର୍ଟିର ଏକ ବିଶେଷ ପରିବାରକୁ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ଟିକେ ବି ଭରସା ନାହିଁ । ଏଥିପାଇଁ ଯେତେବେଳେ ଏହି ପରିବାରର ଦୁର୍ନୀତି ସମ୍ପର୍କରେ କାର୍ଯ୍ୟାନୁଷ୍ଠାନର କଥା ଆସେ କିମ୍ବା ଲେ ନ୍ୟାସନାଲ୍ ହେରାଲ୍ଡର ନାମ ଶୁଣିଲେ ଯୁବରାଜ ଓ ଶାହୀ ପରିବାର ନିର୍ବାକ୍ ହୋଇଯାନ୍ତି। ସମୟର ଚକ୍ର ଦେଖନ୍ତୁ, ଅନ୍ୟମାନଙ୍କୁ ଅଭିଯୁକ୍ତ କରିବା ପାଇଁ ଷଡଯନ୍ତ୍ର ରଚିଥିବା ଲୋକେ ଆଜି ନିଜେ ଜାମିନରେ ଅଛନ୍ତି।
ଏଠି ପ୍ରଶ୍ନ ଉଠୁଛି ଯେ, କଣ ଏହି ଶାହୀ ପରିବାର ଦେଶର ସମ୍ବିଧାନ ଉପରେ ? ଯଦି ସମସ୍ତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ଆକ୍ସନ ନିଆଯାଏ ତେବେ କଂଗ୍ରେସ ପାର୍ଟିର ଶାହୀ ପରିବାର ବି ଏଥିରୁ ବର୍ତ୍ତିପାରିବନାହିଁ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଅଟେ, ଯାହାକି କୌଣସି ଭ୍ରଷ୍ଟାଚାରୀକୁ ଛାଡିବନାହିଁ । କଂଗ୍ରେସର କଟ୍ଟର ଦୁର୍ନୀତିଗ୍ରସ୍ତ ଓ ବେଇମାନ ପରିବାରକୁ ଛଡାଯିବନି । ଯେଉଁମାନେ ଦେଶକୁ ଲୁଟିଛନ୍ତି, ସେମାନଙ୍କୁ ଫେରାଇବାକୁ ହିଁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।