
ଶିମଲା-ରାଜଧାନୀ ଶିମଲାକୁ ଲାଗି ରହିଥିବା ମଶୋବରାରେ ଐତିହାସିକ ରାଷ୍ଟ୍ରପତି ନିବାସ ମଶୋବରାରେ ଆଜିଠାରୁ 6ଦିବସୀୟ ଉଦ୍ୟାନ ଉତ୍ସବର ଶୁଭାରମ୍ଭ ହେବ । ପ୍ରକୃତିପ୍ରେମୀ ଓ ଦେଶର ପର୍ଯ୍ୟଟକଙ୍କ ପାଇଁ ଏହି ଉତ୍ସବ ଏପ୍ରିଲ 20 ଯାଏ ପ୍ରତିଦିନ ସକାଳ 10ଟାରୁ ସନ୍ଧ୍ୟା 6ଟା ଯାଏ ଖୋଲା ରହିବ । ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ସଂପୂର୍ଣ୍ଣ ନିଶୁଳ୍କ ରହିବ ।
ରାଷ୍ଟ୍ରପତି ନିବାସର ପ୍ରବନ୍ଧକ ସଂଜୁ ଡୋଗରା କହିଛନ୍ତି ଯେ, ଏଥର ଉଦ୍ୟାନ ଉତ୍ସବରେ 35ରୁ ଅଧିକ କିସମର ରଙ୍ଗବେରଙ୍ଗର ଫୁଲର ପ୍ରଦର୍ଶନୀ ଲଗାଯାଇଛି । ଏହା ବ୍ୟତୀତ ଆକର୍ଷକ ବୋନସାଇ ଗଛ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ।