
ନୁଆଦିଲ୍ଲୀ -ରାଉଜ ଆଭେନ୍ୟୁ ସେସନ୍ସ କୋର୍ଟ ଭାଜପା ସାଂସଦ ବାନ୍ସୁରୀ ସ୍ୱରାଜଙ୍କୁ ଆମ ଆଦମୀ ପାର୍ଟୀ ନେତା ସତ୍ୟେନ୍ଦ୍ର ଜୈନଙ୍କ ଆବେଦନ ଉପରେ ଜବାବ ଦାଖଲ କରିବା ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି।ସତ୍ୟେନ୍ଦ୍ର ଜୈନ ଫୌଜଦାରୀ ମାନହାନୀ ମାମଲାରେ ଏକ ସମୀକ୍ଷା ଆବେଦନ ଦାଖଲ କରିଛନ୍ତି।ଜୈନ ସ୍ୱରାଜଙ୍କ ବିରୋଧରେ ଅଭିଯୋଗ ଖାରଜ କରିବା ପାଇଁ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି।ମାମଲାର ପରବର୍ତ୍ତୀ ଶୁଣାଣୀ ଆଗାମୀ ମେ 14 ତାରିଖରେ ହେବ।ସେସନ୍ସ କୋର୍ଟ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ଉପରେ 7 ମାର୍ଚ୍ଚରେ ନୋଟିସ ଜାରି କରିଥିଲେ।ଆଡିଶିନାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ନେହା ମିତ୍ତଲ ସତ୍ୟେନ୍ଦ୍ର ଜୈନଙ୍କ ଆବେଦନ20 ଫେବୃଆରୀରେ ଖାରଜ କରିଥିଲେ।ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣୀ ସମୟରେ ବାନ୍ସୁରୀ ସ୍ୱରାଜ ନିଜ ଜବାବରେ ସତ୍ୟେନ୍ଦ୍ର ଜୈନଙ୍କ ଆବେଦନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କହିଥିଲେ।ଶୁଣାଣୀ ସମୟରେ ବାନ୍ସୁରୀ ସ୍ୱରାଜଙ୍କ ପକ୍ଷରୁ ଉପସ୍ଥିତ ଓକିଲ କହିଥିଲେ ଯେ ଜୈନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ଦିଲ୍ଲୀରେ ବିଧାନସଭା ନିର୍ବାଚନ କାରଣରୁ ଲଗାଯାଇଛି।ସେ କହିଥିଲେ ଯେ ଏହି ମାମଲାରେ ଜୈନ ନ୍ୟାୟିକ ହେପାଜତରେ ଥିଲେ।