
ସମ୍ବଲପୁର– ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଛି । ଏହି ତିଥିକୁ ପଣାସଂକ୍ରାନ୍ତି ଏବଂ ବୀର ହନୁମାନଙ୍କ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଉଛି । ସକାଳୁ ଏଥିପାଇଁ ମନ୍ଦିର ମାନଙ୍କରେ ଭକ୍ତମାନଙ୍କ ଗହଳି ଲାଗି ରହିଥିଲା । ହନୁମାନ ମନ୍ଦିର ମାନଙ୍କୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇ ନୂଆ ଧ୍ୱଜା ଲାଗି କରାଯାଇଛି । ସ୍ଥାନେ ସ୍ଥାନେ ସ୍ୱତନ୍ତ୍ର ହୋମ ଯଜ୍ଞ ଏବଂ ନାମ ସଂକୀର୍ତନରେ ଭକ୍ତମାନେ ସାମିଲ୍ ହୋଇଛନ୍ତି । ମନ୍ଦିର, ପୀଠ ଏବଂ ଘରମାନଙ୍କରେ ପଣା ଭୋଗ ଲାଗି କରିବା ଉତାରୁ ଭକ୍ତମାନେ ତାକୁ ଗ୍ରହଣ କରିଥିଲେ । ଲାଗି କରାଯାଇଥିବା ପଣା ଏବଂ ଭୋଗକୁ ମନ୍ଦିରମାନଙ୍କରେ ବିତରଣ କରାଯାଇଥିବା ବେଳେ ବିଭିନ୍ନ ପରିବାର ବନ୍ଧୁବାନ୍ଧବଙ୍କ ସହ ମିଶି ଗ୍ରହଣ କରିଛନ୍ତି । ମହା ବିଷୁବ ସଂକ୍ରାନ୍ତି ସଂସ୍କୃତି ଓ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ । ସହର ସାରା ରାସ୍ତା ପାଶ୍ୱର୍ ଏବଂ ଘର ମାନଙ୍କରେ ଗୈରିକ ଧ୍ୱଜା ଏବଂ ଝାଲେର ଲଗାଯାଇଛି । ଯଦ୍ୱାରା ସମ୍ବଲପୁର ସହର ଗୈରିକ ରୂପ ଧାରଣ କରିଛି ।