
ନୂଆଦିଲ୍ଲୀ– ଦେଶବାସୀଙ୍କୁ ହନୁମାନ ଜୟନ୍ତୀ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିବଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶବାସୀଙ୍କୁ ହନୁମାନ ଜୟନ୍ତୀର ଅନେକ ଶୁଭକାମନା । ସଙ୍କଟ ମୋଚନଙ୍କ କୃପାରୁ ଆପଣ ସମସ୍ତଙ୍କ ଜୀବନ ସର୍ବଦା ସୁସ୍ଥ, ସୁଖୀ ଓ ସଂପନ୍ନ ରହୁ, ଏହାହିଁ କାମନା କରୁଛି ।