
ଗଞାମ– ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା ତାରାତାରିଣୀଙ୍କ ଆଜି ଚଳିତ ବର୍ଷର ଶେଷ ଚଇତି ଯାତ୍ରା। ଗତକାଲି ବିଳମ୍ବିତ ରାତିରୁ ପୂଜକ ମାନେ ଦ୍ୱାର ଫିଟା, ମଙ୍ଗଳଆଳତୀ, ଵେଶସଜ୍ଜା, ଅଵକାଶ ନୀତି ପରେ ମାନସିକଧାରୀ ଶ୍ରଦ୍ଧାଳୁ ମାନେ ଧାଡ଼ିରେ ମନ୍ଦିର ଗର୍ଭଗୃହକୁ ଯାଇ ମା ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର ଶିଶୁଙ୍କୁ ମୁଣ୍ଡନ କରି ସେମାନଙ୍କ ଅଭିଭାଵକମାନେ ପ୍ରଥମ କେଶ ମା ଙ୍କୁ ସମର୍ପଣ କରି ମଙ୍ଗଳ ଓ ଆଶିଷ ଭିକ୍ଷା କରିଛନ୍ତି। ଏହାପରେ କୁମାରୀ ପାହାଡ଼ ପାଦଦେଶରେ ଭୋଜିଭାତର ଆୟୋଜନ କରି ସକୁଟମ୍ଵେ ପ୍ରସାଦ ସେବନ କରିଛନ୍ତି। ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ପର୍ବତ ପାଦଦେଶରୁ ୯୯୯ ପାହାଚ ଚଲାରାସ୍ତା, ରୋପୱେ କିମ୍ବା ଵସ ଯୋଗେ ମନ୍ଦିରକୁ ଯାଇ ମା ତାରାତାରିଣୀଙ୍କ ଦର୍ଶନ କରୁଛନ୍ତି। ଆଜି ଶେଷପାଳି ମଙ୍ଗଳବାର ଯାତ୍ରା ହୋଇଥିବାରୁ ଜିଲା, ଓଡ଼ିଶା ଓ ଓଡିଶା ବାହାରୁ ଲକ୍ଷାଧିକ ଜନସମାଗମ ହୋଇଛନ୍ତି।
ଜିଲ୍ଲା ପ୍ରଶାସନ, ପୁଲିସ ବିଭାଗ, ଟ୍ରାଫିକ ବିଭାଗ , ପାନୀୟ ଜଳଯୋଗାଣ ଓ ସ୍ଵାସ୍ଥ୍ୟ ବିଭାଗ ଉତ୍ତମ ସେବା ଯୋଗାଇ ଛନ୍ତି। ମନ୍ଦିର ପକ୍ଷରୁ ଅର୍ଣ୍ଣପ୍ରସାଦ ପୁଡିଆ ଜନସାଧାରଣଙ୍କୁ ବିତରଣ କରାଯାଇଛି। ମା ଙ୍କୁ ଦର୍ଶନ କରିଵା କାର୍ଯ୍ୟକ୍ରମ ସନ୍ଧ୍ୟା ଯାଏଁ ଚାଲିଵ।