
ବୌଦ୍ଧ- ନିର୍ମାଣଧିନ ଖୋର୍ଦ୍ଧା-ବୌଦ୍ଧ- ବଲାଙ୍ଗିର ରେଳ ପ୍ରକଳ୍ପରେ ଜମି ଅଧିଗ୍ରହଣ ସମୟରେ ବଜାର ଦର ଆଧାରରେ କ୍ଷତିପୂରଣ ପ୍ରଦାନ ପାଇଁ ପୁର୍ନବାର ଦାବୀ କରିଛି କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି । ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମ ଠାରେ ଥିବା ବାବା ବୈଦ୍ୟନାଥ ହାଇସ୍କୁଲ ଖେଳପଡିଆ ଠାରେ ଆଜି ଖୋର୍ଦ୍ଧା- ବଲାଙ୍ଗିର ରେଳପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମର ଶତାଧିକ କ୍ଷତିଗ୍ରସ୍ତ ପ୍ରଜା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବୈଠକରେ ସାଂପ୍ରତିକ ବଜାର ଦର ଆଧାରରେ ବେଂଚ ମାର୍କ ଭେଲୁଏସନ କରି କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନ ନଲେ ଆଗାମୀ ଦିନରେ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବାକୁ ନିଷ୍ପତି ଗ୍ରହଣ କରାଗଲା ।
ବୈଠକରେ ସମିତିର ସଭାପତି ସଲିଲ ଭୂକ୍ତା, ସଂପାଦକ ଜନ୍ମେଜୟ ପ୍ରଧାନ, ଆବାହକ ପ୍ରଦୋଷ ମିଶ୍ର, ସୂର୍ଯ୍ୟନାରାୟଣ ମହାପାତ୍ର, ସୁବାସ ସାହୁ, ସତ୍ୟନାରାୟଣ ଅମାତ, ପ୍ରାଣବନ୍ଧୁ ପ୍ରଧାନ, ରତ୍ନାକର ବେହେରା, ଜୀବନ ଶତପଥି, ନିରଂଜନ ସାହୁ, ବିରେନ୍ଦ୍ର ଜାନୀ, ରାମଚନ୍ଦ୍ର ଭୂକ୍ତା, ଦିଲିପ ମେହେର, ସଂଜିବ ବେହେରା, ପ୍ରଦିପ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO