
ନୂଆଦିଲ୍ଲୀ– ଡ. ସୂର୍ଯ୍ୟକାନ୍ତ ବାଲିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଖ୍ୟାତ ସାହିତ୍ୟକାର ଲେଖକ ଏବଂ ନବଭାରତ ଟାଇମ୍ସର ପୂର୍ବତନ ସଂପାଦକ ଡ.ସୂର୍ଯ୍ୟକାନ୍ତ ବାଲିଙ୍କ ବିୟୋଗର ଦୁଃଖଦ ଖବର ମିଳିଛି । ସେ କେବଳ ଜଣେ ସିଦ୍ଧହସ୍ତ ସାମ୍ବାଦିକ ନଥିଲେ ବରଂ ଭାରତୀୟ ସାହିତ୍ୟ ଓ ସମାଜର ଜାଗୃତ ଚିନ୍ତକ ବି ଥିଲେ । ସେ ତାଙ୍କ ଲେଖନୀରେ ସମାଜକୁ ନୂଆ ଦିଗ ଦେଇଥିଲେ ଏବଂ ଜନମାନସକୁ ଜାଗରୁକ କରିବାର କାମ କରିଥିଲେ । ତାଙ୍କ ମୃତ୍ୟୁ କେବଳ ସାହିତ୍ୟ ଜଗତ ନୁହେଁ ବରଂ ସାମ୍ବାଦିକ ଦୁନିଆ ପାଇଁ ମଧ୍ୟ ଏକ ବଡ କ୍ଷତି ଅଟେ ।
ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରଜନଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ଓ ସମ୍ବଳ ଦିଅନ୍ତୁ ।