
ଭୁବନେଶ୍ୱର– ପବିତ୍ର ଶ୍ରୀରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପବିତ୍ର ‘ଶ୍ରୀରାମ ନବମୀ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ନିଷ୍ଠା, ସୁଶାସନ ଓ କର୍ତ୍ତବ୍ୟବୋଧର ପ୍ରତୀକ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ କୃପାରୁ ରାଜ୍ୟ ଓ ରାଜ୍ୟବାସୀଙ୍କର ଆହୁରି ସମୃଦ୍ଧି ହେଉ, ଏହା ହିଁ ପ୍ରାର୍ଥନା । ଜୟ ଶ୍ରୀରାମ ।