![](https://indokalingtimes.com/wp-content/uploads/2020/02/e66100a6568297d51cd8e93203ddd5e9b0a23808bc2b9beb5888f3b97b7ac37c_1-170x300.jpg)
କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧିନ ତେଣ୍ଡାଗୁଡା ପଂଚାୟତର ଆଳିଜଙ୍ଗା ଗ୍ରାମରେ ଜଣେ ଫେରିବାଲା ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଏହି ମହିଳା ଜଣକ ଫେରିବାଲା ଦଳର ସଦସ୍ୟ ହୋଇଥିବା ଜଣାପଡିଥିବାବେଳେ ତାଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ କିମ୍ବା ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସୁଜିତ୍ ପ୍ରଧାନ ସୂଚନା ଦେଇଛନ୍ତି । ଘଟଣା ମୁତାବକ ଆଳିଜଙ୍ଗା ଗ୍ରାମରେ କିଛି ବିହାରୀ ଫେରିବାଲା ଘରଭଡା ନେଇ ରହିବା ସହ ଆଖ ପାଖ ଗ୍ରାମରେ ବୁଲି ଫେରି ଜିନିଷ ବିକ୍ରି କରୁଥିଲେ । ସେହି ଦଳର ମହିଳା ସଦସ୍ୟଙ୍କୁ କେହି ହତ୍ୟାକରି ନିକଟସ୍ଥ ଅଶ୍ରୁଖୋଳା ଜୋର ମଧ୍ୟରେ ଥିବା ଏକ ବୁଦା ମୁଳରେ ପୋତିଦେଇ ରାତାରାତି ଫେରାର୍ ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ଶନିବାର ସକାଳୁ ସଂପୃକ୍ତ ଜାଗାରେ ଖୋଲାଖୋଲି ପୋତାଯାଇଥିବା ଦେଖିବା ପରେ ପୋଲିସ୍କୁ ଖବର ଦେଇଥିଲେ । ପାଟକୁରା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଖୋଳି ବାହାର କରିଥିଲେ । ପାଟକୁରା ପୋଲିସ୍ ୟୁବି କେଶ୍ ନମ୍ବର ୧/୨୦ ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।