ବାରିପଦା- ଜାନୁଆରୀ ୨୮ ତାରିଖରେ ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଉପରଉଂଚାଡିହା ଗ୍ରାମର ଗୁରା ସିଂ ନାମକ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବାର ଖବର ପୁଲିସ ନିକଟରେ ପହଂଚିଲା ଏବଂ ଘଟଣା ସ୍ଥାନରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ପରେ ପୁତୁରା ଉପରେ ସନେ୍ଦହ ହୋଇଥିଲା । ଫଳରେ ତାକୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ନିଜର ଦୋଷକୁ ସ୍ୱୀକାର କରିଥିଲା ବୋଲି ବାରିପଦା ସଦର ଏସଡ଼ିପିଓ କେ. କେ. ହରିପ୍ରସାଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏସଡ଼ିପିଓ ଶ୍ରୀ ହରିପ୍ରସାଦଙ୍କ କହିବା ଅନୁସାରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ ଖୁବ୍ ଅଳ୍ପ ସମୟ ବ୍ୟବଧାନରେ ହତ୍ୟାକାରୀକୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ପୁତୁରା ମନୋଜ ସିଂ ଓ ଦାଦା ଗୁରା ସିଂଙ୍କ ମଧ୍ୟରେ ସମ୍ପତିବାଡ଼ିକୁ ନେଇ ଗଣ୍ଡଗୋଳ ରହିଥିଲା । ପ୍ରତିଶୋଧ ନିମନ୍ତେ ମନୋଜ ଅପେକ୍ଷାରେ ଥିବା ସମୟରେ ଜାନୁଆରୀ ୨୮ରେ ସୁଯୋଗ ପାଇ ଏକ କଟୁରୀରେ ଗୁରକୁ ଅତର୍କିତ ଭାବେ ହାଣି ହତ୍ୟା କରିଥିଲା । ହତ୍ୟାରେ ବ୍ୟବହାର ଅସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଥିଲା । ଆଜି ଅଭିଯୁକ୍ତ ମନୋଜକୁ କୋର୍ଟ ଚାଲାଣ କରାଗଲା ।
Related Stories
January 16, 2025