
ବଲାଙ୍ଗିର,ଆଜି ସରସ୍ଵତୀ ଶିଶୁ ବାଟିକା ବିଭାଗରେ ପ୍ରଥମ ଦିନୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ଦିନ ୭୧ଜଣ ଶିଶୁ ଓ ୧୪୨ଜଣ ଅଭିଭାବକ ନିର୍ଦ୍ଧାରିତ ସମୟ ଅନୁସାରେ ଶିଶୁ ବାଟିକା ବିଭାଗରେ ଉପସ୍ଥିତ ହୋଇଥିଲେ। ଅଭିଭାବକମାନେ କଳସ ଶୋଭା ଯାତ୍ରାରେ ନଗର ପରିକ୍ରମା କରି ଶିଶୁବାଟିକାକୁ ଆସିଥିଲେ। ଶିଶୁ ବାଟିକା ବିଭାଗକୁ ଆସିବାପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବ୍ରତ କୁମାର ବେହେରା, ସଭାପତି ଶ୍ରୀ ଭବାନୀ ଶଙ୍କର ପଟେଲ, ସଂପାଦକ ଶ୍ରୀ ତରଣୀ ସେନ ପଟେଲ ଫୁଲ ଓ ଚନ୍ଦନ ଦେଇ ଶିଶୁଙ୍କୁ ସ୍ବାଗତ କରି ବିଦ୍ୟାଳୟରେ ପ୍ରବେଶ କରାଇଥିଲେ।ହୋମ କାର୍ଯ୍ୟରେ ଗୁରୁଜୀ ଶ୍ରୀ ଚନ୍ଦ୍ରଶେଖର ବେହେରା ଓ ଶ୍ରୀମତୀ ସୁଜାତା ବେହେରା ଓ କର୍ତ୍ତା ଭାବରେ ଶ୍ରୀ ଧର୍ମେନ୍ଦ୍ର ରଣା ଓ ଶ୍ରୀମତୀ ସୋଶିତା ରଣା ସହଯୋଗ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ସେବକ ସେଵିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା।