
ଧର୍ମଶାଳା-ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଉତ୍କଳ ଦିବସ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସଭାପତି ଶିକ୍ଷାବିତ୍ ପଂଚାନନ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ କବି ନିମାଁଇ ଚରଣ ଦାସ,ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମାଧବୀଲତା ରାଉତ,ବିଦ୍ୟା ମନ୍ଦିରର ପୂର୍ବତନ ସମ୍ପାଦକ ସଂଜୟ କୁମାର ବେହେରା,ସନାତନ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଓଡିଶା ଆମ ମା, ଅନେକ ମହାପୁରୁଷଙ୍କ ପ୍ରଚେଷ୍ଟା ଓ ତ୍ୟାଗ ବଳରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଛି । ମହାପୁରୁଷଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମହାପୁରଷଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିକ୍ଷାନୁଷ୍ଠାନ ପକ୍ଷରୁ ଦେଶାତ୍ମକ ସଂଗୀତ ଗାନ କରାଯାଇଥିଲା । ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ରାଜ କୁମାର ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଏହି ଶିକ୍ଷାନୁଷ୍ଠାନରେ ପାଠ ପଢି ନବୋଦୟରେ ସ୍ଥାନ ପାଇଥିବାରୁ ଛାତ୍ରୀ ଅନୁଷ୍କା ସାହୁଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ପାଦକ ହେମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାନୁଷ୍ଠାନର ମନ୍ଦାକିନୀ ବେହେରା,ଲୋପାମୁଦ୍ରା ମହାନ୍ତି,ଜ୍ଞାନ ରଂଜନ ପାଢୀ,ପ୍ରୀୟବ୍ରତ ପତି,ଚପଳା ସାହୁ,ସୁନାକର ବେହେରା, ସୁପ୍ରଭା ସାହୁ, ବିପାସା ମିଶ୍ର, ତିଳୋତମା ବେହେରା, ସସ୍ମିତା ସାହୁ, ସଂଗୀତା ନାଥ, ପ୍ରିୟଙ୍କା ପାଣି ଓ ମାନିନି ବେହେରା ପ୍ରମୁଖ ସହଯୋଗ କରିଥିଲେ ।