
ଜୟପୁର– ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ହିନ୍ଦି ଶିକ୍ଷକ ଭଗବାନ ସାବତଙ୍କୁ ବିଦ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଉଚ୍ଚ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀବୃନ୍ଦ ଶିକ୍ଷକଙ୍କ ଶିକ୍ଷାଦାନ କୌଶଳ, ସୁଗୁଣାବଳୀ ଏବଂ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶରେ ସହଭାଗିତା ଓ ଅବଦାନକୁ ଭୁରି ଭୁରି ପ୍ରଂଶସା କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ସାବତ ବୃତ୍ତିଗତ ଜୀବନର ସଫଳତା ବିଷୟରେ ବକ୍ତବ୍ୟ ରଖିବା ସହିତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଗୌରବ ଅକ୍ଷୁ୍ର୍ଣ୍ଣ ରଖିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।
ପ୍ରକାଶ ଥାଉକି, ଶ୍ରୀ ସାବତ ୧୯୯୨ ମସିହା ରୁ ଉମରକୋଟ ରୁ ବୃତ୍ତିଗତ ଜୀବନ ଆରମ୍ଭ କରି ଶେଷରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରରୁ ଗତକାଲି ଅବସର ଗ୍ରହଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମାବତୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ଶେଷରେ ବିଶ୍ୱରଂଜନ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ।