
ବଲାଙ୍ଗିର, ଆଜି କଲେଜ ଛକ ଶିଶୁ ମନ୍ଦିର ଉତ୍କଳ ଦିବସ ପାଳନ ସଭାପତି ଶ୍ରୀ ତ୍ରିବିକ୍ରମ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡଃ:ଅଜିତ ଭୋଇ ଓଡ଼ିଆ ଅଧ୍ୟାପକ କୁଶଙ୍ଗ ମହାବିଦ୍ୟାଳୟ ଯୋଗଦେଇ ଉତ୍କଳ ଦିବସ ର ମହତ୍ୱ ସମ୍ବନ୍ଧେମାର୍ଗଦର୍ଶନ କରିଥିଲେ।ଶିଶୁ ଦ୍ବିମନ୍ ପତି ଆଚାର୍ଯ୍ୟ ଶଶୀଭୂଷଣ ନାଏକ, ସମ୍ପାଦକ ଶ୍ରୀ ନୀଳାଚଳ ଚିର୍ଗୁନ ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ଗୁରୁମା ସନ୍ତୋଷିନୀ ସାହୁଙ୍କ ସ୦ଯୋଜନାରେ ଅନୁଷ୍ଠିତ ସଭାରେ ଖୁଲଣା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେଵିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା।