
ବଲାଙ୍ଗିର– ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ସଭାଗୃହରେ ବଲାଙ୍ଗିର ବୈଧ ମାପ ବିଜ୍ଞାନ ବିଭାଗ ସହଯୋଗରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ଦ୍ବାରା ବିଶ୍ୱ ଖାଉଟି ଅଧିକାର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଗ୍ରାହକ ପଞ୍ଚାୟତ ଜିଲ୍ଲା ଶାଖା ସଭାପତି ଗୋପବନ୍ଧୁ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଥିଲା। ଜିଲ୍ଲା ଖାଉଟି ବିଷୟକ ଅଧିକାରୀ ତଥା ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟା ନନ୍ଦ ସେଠୀ ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ମୂଖ୍ୟ ଅତିଥି ଶ୍ରୀ ସେଠୀ କ୍ରେତା ବିକ୍ରେତାଙ୍କ ସମନ୍ଵୟ ଶୋଷଣ ମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ବକ୍ତବ୍ୟ ଦେଇଥିଲେ। ଜିଲ୍ଲାରେ ଗୋଟିଏ ବର୍ଷ ଭିତରେ ଗୋଟିଏ ମଧ୍ୟ ଖାଉଟି ସଂକ୍ରାନ୍ତୀୟ ମାମଲା ତାଙ୍କର ଦୃଷ୍ଟିକୁ ଆସିନଥିବାରୁ ଗ୍ରାହକ ସଚେତନତା ଓ ବିଭାଗର ସଚେତନତା ଉପରେ ବିଭାଗ ଅଧିକ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।
ମୂଖ୍ୟବକ୍ତା ଭାବରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ଯକାରିଣୀ ସଦସ୍ୟ ରାଧାମାଧବ ବହିଦାର କହିଲେ, ଦେଶରେ ବିକ୍ରେତାମାନେ ଖାଉଟିମାନଙ୍କୁ ଯେପରି ଲୁଟି ଚାଲିଛନ୍ତି ସେଥିରୁ ସେମାନଙ୍କ ଦେଶ ପ୍ରୀତି କିପରି ଜଣାପଡ଼ୁଛି । ‘ପରିବର୍ତ୍ତିତ ସ୍ଥାୟୀ ଜୀବନ ଶୈଳୀ ପାଇଁ ଆହ୍ଵାନ ‘ ଶୀର୍ଷକ ଆଲୋଚନାରେ ଆଜିର ବ୍ୟବସ୍ଥାରେ ପରିବର୍ତନ ନ ଘଟିଲେ ଆମେ ଅମର ପରମ୍ପରା ସାମାଜିକ ସମ୍ପର୍କ ଜୀବନ ଶୈଳୀ ରେ ହେଉଥିବା ପରିବର୍ତ୍ତନ କୁ ଗ୍ରହଣ କରି ଅମର ଭବସ୍ୟତ ପିଢୀକୁ ଧ୍ଵଂସ ଆଡ଼କୁ ନେଇ ଯାଉଛୁ ବୋଲି କହିଥିଲେ । ଆମେ ଯଦି ପରିବେଶ ଜମି ଜଳ ଜଙ୍ଗଲକୁ ସୁରକ୍ଷା ଦେଇ ବ୍ୟବସ୍ଥିତ କଲେ ସୁରକ୍ଷିତ ରହିବା ବୋଲି କହିଥିଲେ। ଗ୍ରାହକ ପଞ୍ଚାୟତ ଦେଶରେ ଅମର ଅଧିକାର ଇପରେ କାମ କରି ଆସିଛି, ଗ୍ରାହକକୁ ରାଜା ବୋଲି ଅଭିହିତ କରି ତାର ବ୍ୟବସ୍ଥା କରିଛି। ସମ୍ମାନୀତ ଆଟିଥି ଭବରେ ବଲାଙ୍ଗିର ନଗରପାଳ ଶ୍ରୀମତି ଲିକା ସାହୁ ହେଉଥିବା ଅନଲାଇନ ଠକାମୀ ବୃଦ୍ଧି ପାଉଥିବାରୁ ଚିନ୍ତା ବ୍ୟକ୍ତ କରି ଏ ଦିଗରେ ଅଧିକ ସଚେତନ ହୋଇ ଅଳ୍ପ ସମୟ ରେ ଅଧିକ ଲାଭ ଲୋଭ ମନୋବୃତ୍ତି ପରିହାର କରିବା ଉପରେ ମତ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଖାଉଟି ବିଷୟ ଉପରେ ନିଜ ବକ୍ତବ୍ୟ ରଖିଥିଲେ। ପ୍ରଥମେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ଊପରେ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ରଞ୍ଜନ ରଶ୍ମୀ ପରିଡ଼ା ବକ୍ତବ୍ୟରେ କହିଥିଲେ। ବିଭାଗ ଦ୍ବାରା ନେଇଥିବା ବିଭିନ୍ନ ବ୍ୟବସ୍ଥା ଉପରେ ସୂଚନା ଦେଉଥିଲେ। ଗ୍ରାହକର ଅଧିକାର କଣ ଏଥିପାଇଁ ନେବାକୁ ଥିବା ବିଭିନ୍ନ ବିଷୟ ଉପରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶରତ କୁମାର ରାଉତ, ବକ୍ତବ୍ୟ ଓ ଆଲୋଚନା ଉତ୍ତରରେ କହି ଥିଲେ। ସଭାପତି ଶତପଥୀ ସଭାପତି ଅଭିଭାଷଣରେ ଗ୍ରାହକ ପଞ୍ଚାୟତ ସଚେତନତା ଡିଗରେ ବିଭିନ୍ନ ବିଷୟ ରଖିଥିଲେ ।
ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ ପରେ ଅତିଥି ମାନଂକୁ ଶ୍ରିଫଳ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ କରାଯାଇଥିଲା। ବରିଷ୍ଠ ସଦସ୍ୟ ଅଶୋକ ମିଶ୍ର ଗ୍ରାହକ ଗୀତ ଓ ଶେଷରେ ଶାନ୍ତି ପାଠ କରିଥଲେ । କାର୍ଯ୍ୟକ୍ରମକୁ କସ୍ତୁରୀ ରଥ ପରିଚାଳନା କରିଥିଲେ । ଶେଷରେ ରଞ୍ଜିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ପାଇଁ ଉପସଭାପତି ମହେଶ୍ୱର ସହୁ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, ରାଜ୍ଯ ମହିଳା ସଂଜୋଜିକା ସଂଯୁକ୍ତା ମିଶ୍ର, ସହ ସଂପାଦିକା ନିହାରିକା ମିଶ୍ର, କାର୍ଯ୍ୟକାରି ସଦସ୍ୟ ଦିବାକର ହୋତା, ଓ ଅନ୍ୟାନ୍ୟ ସଭ୍ୟ ଓ ସଭ୍ୟା କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।