
ଭୁବନେଶ୍ୱର– ୨୦୦୦ ବ୍ୟାଚ୍ ର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଜାତା କାର୍ତିକେୟନ ସ୍ୱେଚ୍ଛାକୃତ ଅବସର ବା ଭିଆରଏସ୍ ନେଇଛନ୍ତି। ସୁଜାତା କାର୍ତିକେୟନ ଭିଆରଏସ୍ ପାଇଁ ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ। ତାଙ୍କ ଆବେଦନକୁ କେନ୍ଦ୍ର ମଞ୍ଜୁର କରିଥିବା ସୂଚନା ମିଳିଛି। ପୂର୍ବରୁ ତାଙ୍କ ସ୍ୱାମୀ ଆଇଏଏସ୍ ଅଧିକାରୀ ଭିକେ ପାଣ୍ଡିଆନ୍ ମଧ୍ୟ ଭିଆରଏସ୍ ନେଇ ସାରିଛନ୍ତି।
ସୁଜାତା କାର୍ତିକେୟନ ବିଜେଡି ସରକାରରେ ଖୁବ ପ୍ରଭାବଶାଳୀ ଥିଲେ। ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ । ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ ।