
ଶିମଲା– ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ହୋଇଥିବା ସଡକ ଦୁର୍ଘଟଣାରେ ମାଆ ଝିଅଙ୍କ ସମେତ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ମଙ୍ଗଳବାର ବିଳମ୍ବିତ ରାତିରେ ବାଲୁଗଂଜ ଥାନା ଅନ୍ତର୍ଗତ ଆନନ୍ଦପୁର-ମୈହଲୀ ବାଇପାସ ନିକଟ ସିଲ୍ ଗାଁରେ ହୋଇଛି । ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ପ୍ରାୟ ଶହେ ଫୁଟ ଗଭୀର ଖାଇକୁ ଖସିପଡିଥିଲା ଏବଂ ଏଥିରେ ଥିବା 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
କାର୍ ଶୋଘିରୁ ମୈହଲୀ ଅଭିମୁଖେ ଯାଉଥିଲା । ଯେତେ ବେଳେ କାର୍ ଶୀଲ୍ ଗାଁ ନିକଟରେ ପହଂଚିଥିଲା ସେତେବେଳେ ଡ୍ରାଇଭର କାରରୁ ଭାରସାମ୍ୟ ହରାଇ ଗଭୀର ଖାଇ ଭିତରକୁ ଖସିପଡିଥିଲା ।