
ପାଟଣା– ବିହାରର ବେଗୁସରାୟରେ ରବିବାର ବଡ ଦୁଃଖଦ ଘଟଣା ଘଟିଛି । ବରଯାତ୍ରୀରୁ ଫେରୁଥିବା ସମୟରେ ସ୍କର୍ପିଓ ଡିଭାଇଡରରେ ଧକ୍କା ହୋଇ ଓଲଟି ପଡିଛି । ଦୁର୍ଘଟଣାରେ ସ୍କର୍ପିଓରେ ଥିବା ଦୁଇ ଭାଇଙ୍କ ସମେତ 4ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି 5ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଆହତଙ୍କୁ ସଦର ମେଡିକାଲ ବେଗୁସରାୟରେ ଭର୍ତ୍ତି କରାଯାଇଛି ।
ଏହି ଦୁର୍ଘଟଣା ବେଗୁସରାୟ ଜିଲ୍ଲାର ନଗର ଥାନା ଅନ୍ତର୍ଗତ ଖତୋପୁର ଚକ ନିକଟ ନ୍ୟାସନାଲ ହାଇୱେ 31ରେ ହୋଇଛି । ପୋଲିସ ସୂଚନା ମୁତାବକ ମୃତକଙ୍କ ପରିଚୟ ମନୋଜ କୁମାର ସିହ୍ନାଙ୍କ 19 ବର୍ଷୀୟ ପୁଅ ଅଙ୍କିତ କୁମାର ଓ ତାଙ୍କ ଭାଇ ଅଭିଷେକ କୁମାର, ରୁଦଲ ପାଶୱନଙ୍କ 19 ବର୍ଷୀୟ ପୁଅ ସୌରଭ କୁମାର ଓ ଜଗଦୀଶ ପଣ୍ଡିତଙ୍କ 18 ବର୍ଷୀୟ ପୁଅ କୃଷ୍ଣ କୁମାର ।