
ଭୁବନେଶ୍ୱର– ଡିଲିମିଟେସନ ନେଇ ଚେନ୍ନାଇରେ ବସିଥିବା ବୈଠକରେ ବିଜେଡି ଯୋଗ ଦେବାକୁ ନେଇ ବିଜେପି କଡା ଟାର୍ଗେଟ କରିଛି । ଗତ 8, 10 ବର୍ଷ ଧରି ସରକାରକୁ ଦକ୍ଷିଣ ଭାରତୀୟ ଲୋକ ଚଳେଇଲେ । ଏବେ ଦକ୍ଷିଣ ଭାରତ ସହ ଅସୁବିଧା କଣ ଅଛି । ଡିଲିମିଟେସନ ପାଇଁ ନୋଟିଫିକେସନ ଆସିନି । ହେଲେ ଏବେଠୁ ନଈ ନ ଦେଖୁଣୁ ଲଙ୍ଗଳା ହେଲା ଭଳି ନ ହୁଅନ୍ତୁ । ଯଦି କିଛି ଭୁଲ ଥିବ ପରାମର୍ଶ ଦେବାର ଅଧିକାର ବିରୋଧୀଙ୍କର ଅଛି । କେନ୍ଦ୍ର ସରକାର ସବୁ ବେଳେ ଗଣତନ୍ତ୍ରର ପରିସୀମା ଭିତରେ ଚାଲିଥାନ୍ତି । ଗଣତନ୍ତ୍ରର ଅଧିକାର କୌଣସି ଜାଗାରେ କ୍ଷୁର୍ଣ୍ଣ ହେବାର ନାହିଁ । ବିରୋଧୀ ଦଳ ଏତେ ଭୟଭୀତ ନ ହୋଇ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।