
ଡେରାଡୁନ– ଧାମୀ ସରକାରର ଉତ୍ତରାଖଣ୍ଡରେ ଅବୈଧ ମଦରସା ବିରୁଦ୍ଧରେ ଆକ୍ସ ଜାରି ରହିଛି । ଏବେ ସୁଦ୍ଧା ପୂରା ରାଜ୍ୟରେ 110ଟି ମଦରସାକୁ ସିଲ୍ କରାଯାଇଛି । ଗୁରୁବାର ଉଦମ ସିଂହ ନଗରରେ 16ଟି ଓ ହରିଦ୍ୱାରରେ ଦୁଇଟି ଅବୈଧ ମଦରସାକୁ ସିଲ୍ କରିଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀଙ୍କ ବାର୍ତ୍ତା ସ୍ପଷ୍ଟ ଯେ, ରାଜ୍ୟରେ କୌଣସି ପ୍ରକାର ଅରାଜକତା ବରଦାସ୍ତ କରାଯିବନାହିଁ । ଯିଏ ବି ଧର୍ମ ଆଡରେ ଅବୈଧ ଗତିବିଧିରେ ସଂଲିପ୍ତ ହେବ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।