
କଣାସ- ପୁରୀ ଜିଲ୍ଲା କଣାସ ବ୍ଲକର କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଆସନ୍ତା ୧୧ ତାରିଖ ଦିନ ମନୋରଞ୍ଜନ ସର୍ବଭାରତୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାପାଇଁ ଏକ ପ୍ରସ୍ତୁତି ବୈଠକ ସଞ୍ଜୟ କୁମାର ଛୁଆଳସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁଥିବା ଏହି ପ୍ରତିଯୋଗିତାରେ ରାଜ୍ୟ ଓ ରାଜ୍ୟ ବାହାରୁ ୬ଟି ଦଳ ଭାଗନେଉଥିବା ଜଣାପଡିଛି । ପ୍ରତିଯୋଗିତାଟି କିପରି ଶାନ୍ତି, ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେଥିପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଖେଳ ଶିକ୍ଷକ ବଟକୃଷ୍ଣ ଜେନା, ପ୍ରଧାନ ଶିକ୍ଷକ ନିରଞ୍ଜନ ପତି, ଶିକ୍ଷାବିତ୍ ଭାଗିରଥି ମହାପାତ୍ର, ମହେନ୍ଦ୍ର କୁମାର ରଣସିଂହ, ଶ୍ରୀକାନ୍ତ କୁମାର ନାୟକ, ଡମ୍ବରୁଧର ସୁନ୍ଦରାୟ, ବୀରବର ଭଟ୍ଟ, ବିଭୂତି ଭୂଷଣ ରାଉତ, ରମାକାନ୍ତ ପ୍ରଧାନ, ଦେବରାଜ ରଣାହନ୍ଧାଳ, ସୁଭାଶିଷ ପାହାନ୍ତାସିଂହ, ରାଜୀବ ବଳିୟାରସିଂହ, ଅଶିଷ କୁମାର ବଳିୟାରସିଂହ, ପ୍ରେମାନନ୍ଦ ଜାଲି, ସୋମନାଥ ମାନସିଂହ, ମନୋରଞ୍ଜନ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପ୍ରତିଯୋଗିତାରେ ଆନ୍ଧ୍ରପ୍ରଦେଶ ରେଲୱେ, ଇଷ୍ଟିକୋଷ୍ଟ ଖୋର୍ଦ୍ଧା, ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର, ରାଇଜିଂ କ୍ଲବ ରାଉଲକେଲା( ଚେନ୍ନାଇ), ଇସଲାମ କ୍ଲକ ଚଣ୍ଡିଖୋଲ, ଏ.କେ.ଏସି କଣାସ ଟିମ୍ ଯୋଗ ଦେଉଛନ୍ତି ।