
ଭୁବନେଶ୍ୱର – କଟକ ସହରର ଅଧିକ ସୌନ୍ଦର୍ଯ୍ୟକରଣ ନେଇ ଶନିବାର ପୂର୍ବାହ୍ନରେ ପଂଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ଶ୍ରୀପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକର ମୁଖ୍ୟ ରାସ୍ତାଗୁଡ଼ିକ ଯଥା-ମଧୁପାଟଣାଠାରୁ ବାଦାମବାଡ଼ି ରାସ୍ତା, କଟକ ରେଲ୍ୱେ ଷ୍ଟେସନ୍ଠାରୁ ରେଭେନ୍ସା କଲେଜ, ମଙ୍ଗଳାବାଗ୍ ରୋଡ୍, ଜୋବ୍ରା ରୋଡ୍ ଓ ସତୀଚଉରା ରୋଡ୍ଗୁଡ଼ିକର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାଯର୍ୟ ସହିତ ବୃକ୍ଷରୋପଣ, ଅ ।ଲୋକୀକରଣ, ପରିମଳ ବ୍ୟବସ୍ଥା ଆଦି କାର୍ଯ୍ୟକୁ ଅତ୍ୟାଧୁନିକ ପଦ୍ଧତିରେ କରାଯାଇ ସହରକୁ ସ୍ମାର୍ଟ ସିଟି କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କଟକ ସହରରେ ସପିଙ୍ଗ୍ ପ୍ଲାଜା, ବିବାହ ମଣ୍ଡପ ଇତ୍ୟାଦି ନିର୍ମାଣ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ ମହାନଗର ନିଗମ କମିଶନର ଶ୍ରୀମତୀ ଅନନ୍ୟା ଦାସ, ନିର୍ବାହୀ ଅଧିକାରୀ ଶ୍ରୀ ରମେଶ କୁମାର ମହାନ୍ତି, ପୂର୍ବତନ କର୍ପୋରେଟର ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ, ସି.ଡି.ଏର ଆଇନ ଅଧିକାରୀ ଶ୍ରୀ ଜ୍ଞାନଚନ୍ଦ୍ର ପ୍ରସାଦ ସାମଲ, ମହମ୍ମଦ ଏ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO