
ଦମିଶ୍କ -ସିରିୟା ଏବଂ ଲେବନାନ ଗୁଳିବିନିମୟରେ 10ଜଣଙ୍କ ମୃତ୍ୟୁ ଏବଂ 50ରୁଅଧିକ ଆହତ ହେବାପରେ ଅନ୍ତତଃ ଅସ୍ତ୍ରବିରତି ପାଇଁ ରାଜି ହୋଇଛି।ଉଭୟ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି କରିବାକୁ ସହମତି ହୋଇଛନ୍ତି।ଏହି ଚୁକ୍ତି ବେରୁତ ଏବଂ ଦମିଶ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପରେ ହୋଇଛି।ସୀଏନଏନ ସିରିୟାର ସରକାରୀ ଖବର ଏଜେନ୍ସି ସାନାର ସୁଚନା ଅନୁଯାୟୀ ସୀମା ପାର ହୋଇ ଆକ୍ରମଣରେ 10ଜଣଙ୍କ ମୃତ୍ୟୁ ଏବଂ 50ରୁ ଅଧିକ ଲୋକ ଆହତ ହେବା ପରେସିରିୟା ଏବଂ ଲେବନାନର ପ୍ରତିରକ୍ଷାମନ୍ତ୍ରୀମାନେ ସୋମବାର ଦିନ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।