
ଝାରସୁଗୁଡା- ଆସନ୍ତା ଫେବୃଆରୀ ୧ ତାରଖରେ ସିଏଏ, ଏନଆରସି ଓ ଏନପିଆର ବିରୋଧରେ ଝାରସୁଗୁଡା ଆମେ ଭାରତବାସୀ ସଂଗଠନ ପକ୍ଷରୁ ଏକ ବିରାଟ ରାଲି କରାଯିବ। ସଂଗଠନ ପକ୍ଷରୁ ଉକ୍ତ ଦିନ ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟ ଗାନ୍ଧିଛକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ରାଲି ବାହାର କରାଯିବ। ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ ସଭା ପରେ ସିଏଏ, ଏନଆରସି ଓ ଏନପିଆର ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଗଠନ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।